ଉତ୍କଳ ସେବାଧର୍ମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଜାତିସଂଘ ଦିବସ ଏବଂ ଶିଶୁ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ପବିତ୍ର ଦିପାବଳୀ ଅବସରରେ ଉତ୍କଳ ସେବାଧର୍ମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଜାତିସଂଘ ଦିବସ ଏବଂ ଶିଶୁ ଉତ୍ସବ ଆଦୃତା ଶିଶୁ ସଦନ ଶେଖ ବଜାର ପରିସରରେ ପାଳିତ ହୋଇ ଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଉଦ୍ଘାଟକ ଏବଂ ଡ଼କ୍ଟର ଶକୁନ୍ତଳା ବଳିଆର ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶତ୍ରୁଘ୍ନ ପଟ୍ଟନାୟକ ଦିପାବଳୀର ତାତ୍ପର୍ଯ୍ୟ ବିଷୟରେ ଆଧ୍ୟାତ୍ମିକ ବିଶ୍ଳେଷଣ କରିଥିଲେ । ସମ୍ମାନିତ ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ, ଡ଼କ୍ଟର ବୈଜୟନ୍ତି ମାଳା ଶତପଥୀ, କବି ଇଞ୍ଜିନିୟର ତୋଫାନ ଜେନା ପ୍ରମୁଖ ଉପସ୍ଥିତ ହୋଇ ଶିଶୁ ମାନଙ୍କର ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଦ୍ଵୀପାୟନ ପଟ୍ଟନାୟକ ଜାତିସଂଘର ସାଂପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଦନ୍ତ ଚିକିତ୍ସକ ନୀଳାଦ୍ରି ପଣ୍ଡା ପିଲାମାନଙ୍କର ଲକ୍ଷ୍ୟ ପୁରଣ ପାଇଁ ଅଧ୍ୟବସାୟ ଏବଂ ସତ୍ୟତା ଉପରେ ମତ ପୋଷଣ କରିଥିଲେ । ବରିଷ୍ଟ ଲେଖକ କାମାକ୍ଷା ପ୍ରସାଦ ମହତାବ ସମୟ ଅନୁସାରେ ସବୁ ପରିବର୍ତ୍ତନୀୟ ବୋଲି ମତବ୍ୟକ୍ତ କରିଥିଲେ । ଡ଼କ୍ଟର ବୈଜୟନ୍ତି ମାଳା ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ସତ୍ୟର ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଛାତ୍ରଛାତ୍ରୀମାନେ ସଂଜମୀ ହୋଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଉପନିର୍ଦ୍ଦେଶକ ଅଜୟ କୁମାର ପଣ୍ଡା ଛାତ୍ର ଛାତ୍ରୀମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସଂସ୍କୃତି ସମ୍ମାନ ୨୦୨୨ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ ଡ଼କ୍ଟର ଶକୁନ୍ତଳା ବଳିଆରସିଂହଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ଏବଂ ସଂସ୍କୃତି ସଂପନ୍ନ ଜୀବନ ଯାପନ ପାଇଁ ପ୍ରଦାନ କରା ଯାଇଥିଲା । ଏହାସହ ଉପସ୍ଥିତ ଶ୍ରେଷ୍ଠ ପଚାଶ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ପୁରସ୍କାର ଅତିଥି ମାନେ ପ୍ରଦାନ କରିଥିଲେ । କୋଡିଏ ଜଣ କବିଙ୍କୁ କବି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଅତିଥି ମାନେ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ମହା ସମାରୋହରେ ପାଳନ କରିଥିଲେ । ଏହି ଅବସରରେ ସଞ୍ଜୟ କୁମାର ମହାରଣା, ବିରେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ମହାନ୍ତି, ଦିବ୍ୟସାଚି ପ୍ରଧାନ, ସୁକୁମାର ସାମଲ ଏବଂ ଭରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.