ମ.ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ଅକ୍ଟୋବର ୨୨ ତାରିଖ ଦିନ କାଲେଜ ପରିସରରେ ବିଜେଡି ଦଳର ସ୍ଥାନିୟ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଦଳୀୟ ନେତୃବୃନ୍ଦମାନେ ଯାଇ ମନୋନୀତ କ୍ୟାମ୍ପସ କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିବା କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସ ଆଜି କଲେଜରେ ପ୍ରତିବାଦ କରି କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

ଗୋଟିଏ ଶିକ୍ଷାନୁଷ୍ଠାନରେ ଶାସକ ଦଳର ନେତାମାନେ ଦଳୀୟ କାର୍ଯ୍ୟକ୍ରମ କରିବା କେତେ ଦୂର ଯୁକ୍ତି ଯୁକ୍ତ ? ଶାସନ ଗଦିରେ ବସିଛନ୍ତି ବୋଲି କଣ ଯାହା ଇଛା ତାହା କରିବେ ? ଏହା କଣ ନବୀନ ସରକାରଙ୍କ ସୁଶାସନର ନିତି ? ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିବାସହ ଶିକ୍ଷାନୁଷ୍ଠାନ ମାନଙ୍କରେ ସିଧାସଳଖ ଦଳୀୟ ପ୍ରଚାର ପ୍ରସାର ଏବଂ ଏହି କାଯ୍ୟକୁ ପ୍ରୋତ୍ସାହନ ଦେଇଥିବା କଲେଜ କତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଦୃଢ଼ ନିନ୍ଦା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ଉପସଭାପତି ଦେବାଶିଷ କୁମାର, ମନୋଜ କରୁଅଁ, ମାନସ ମହାନନ୍ଦ, ସୁମନ୍ତ ରଣା, ଅମିତ ନିଆଲ, ପ୍ରତ୍ୟୁଷ କୁମାର, ଜୟରାମ ଗୌଡ଼, ଲାକ୍ସମାନ ଗୌଡ଼ ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.