ଯୁକ୍ରେନର ‘ଡର୍ଟି ବୋମା’କୁ ନେଇ ଚିନ୍ତାରେ ରୁଷ, ରାଜନାଥଙ୍କ ସହ କଥା ହେଲେ ପୁଟିନଙ୍କ ମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ। ରୁଷ ଉପରେ ୟୁକ୍ରେନ ‘ଡର୍ଟି ବୋମା’ ପକାଇପାରେ ବୋଲି ଆଶଙ୍କା କରିଛି ମସ୍କୋ। ଏହି ରେଡିଓଆକ୍ଟିଭ ବୋମାର ସୁଦୂର ପ୍ରଭାବ ରହିଥିବାରୁ ଚିନ୍ତାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହାପରେ ୟୁକ୍ରେନର ଏପରି ପଦକ୍ଷେପକୁ ରୋକିବାକୁ ଯାଇ ୟୁକ୍ରେନ ସହିତ ଭଲ ସମ୍ପର୍କ ରଖିଥିବା ଦେଶର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି ପୁଟିନଙ୍କ ମନ୍ତ୍ରୀ ତଥା ରୁଷର ପ୍ରତିରକ୍ଷା ମନ୍ତ୍ରୀ। ଆଜି ରାଜାନାଥଙ୍କ ସହ ପୁଟିନ ଫୋନରେ କଥା ହୋଇଛନ୍ତି ବୋଲି ନୂଆଦିଲ୍ଲୀରେ ଥିବା ରୁଷ ଦୂତାବାସ ଟୁଇଟ୍ କରି ସୂଚନା ଦେଇଛି।

Omkar Vasthu
Omkar Vasthu

ରୁଷ ଦୂତାବାସ ଟୁଇଟ୍ କରି କହିଛି ଯେ ଆଜି ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଫୋନରେ କଥା ହୋଇଛନ୍ତି। ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା ହୋଇଛି। ୟୁକ୍ରେନ ଦ୍ୱାରା ‘ଡର୍ଟି ବୋମା’ର ସମ୍ଭାବ୍ୟ ବ୍ୟବହାରକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ବିବୃତ୍ତି ଜାରି କରି କହିଛି ଯେ ରୁଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନ ଯୋଗେ ରାଜନାଥ ସିଂଙ୍କ ସହ ଆଲୋଚନା ହୋଇଛି। ୟୁକ୍ରେନ ବିବାଦର ସମାଧାନ ପାଇଁ କୂଟନୀତି ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ ଦିଆଯାଇଛି। ରାଜନାଥ ସିଂ ସରୋଜ ଶୋଏଗୁଙ୍କୁ କହିଛନ୍ତି ଯେ ପରମାଣୁ ଆକ୍ରମଣର ବିକଳ୍ପକୁ ଉଭୟ ପକ୍ଷ ବିଚାର କରିବା ଉଚିତ ନୁହେଁ। ଆଣବିକ / ରେଡିଓଲୋଜିକାଲ ଅସ୍ତ୍ର ବ୍ୟବହାର କରିବାର ସମ୍ଭାବନା ମାନବିକତାର ମୌଳିକ ନୀତି ବିରୁଦ୍ଧ ଅଟେ।

Pearl dental clinic
Near Ashish Medical Store, Bhawanipatna

ତେବେ ଡର୍ଟି ବୋମା ନେଇ ଋଷ ଯେଉଁ ଆଶଙ୍କା କରିଛି ତାକୁ ଖାରଜ କରିଛି ୟୁକ୍ରେନ। ପୂର୍ବରୁ ବ୍ରିଟେନ, ଫ୍ରାନ୍ସ ଏବଂ ଆମେରିକା ଏହାକୁ ‘ସମ୍ପୂର୍ଣ୍ଣ ମିଥ୍ୟା’ ବୋଲି ଖଣ୍ଡନ କରିଛନ୍ତି। ୟୁକ୍ରେନ ଏପରି କୌଣସି ପଦକ୍ଷେପ ନେବ ନାହିଁ ଏହା ଏକ କାଳ୍ପନିକ ବୋଲି ୟୁକ୍ରେନ ସମର୍ଥନରେ ଛିଡା ହୋଇଥିବା ଦେଶ କହିଛନ୍ତି। ୟୁକ୍ରେନ ମସ୍କୋର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଡର୍ଟି ବୋମା ବ୍ୟବହାର କରିବା ପାଇଁ ରୁଷ ଚିନ୍ତା କରୁଥିଲା। ଆଉ ଧ୍ୟାନ ହଟାଇବାକୁ ଯାଇ ଏପରି ଅଭିଯୋଗ ଆଣିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.