ପୁଟିନଙ୍କ ଆଣବିକ ସମରାଭ୍ୟାସକୁ ନେଇ ବିଶ୍ବବାସୀ ଚିନ୍ତିତ

ଓଡ଼ିଆ ବାର୍ତ୍ତା/ ମସ୍କୋ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପରମାଣୁ ଆକ୍ରମଣ ଆଶଙ୍କା ବଢିଯାଇଛି । ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବାବେଳେ ଭାରତ ମଧ୍ୟ ପରମାଣୁ ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଲି କହିଛି । ରୁଷ ପକ୍ଷରୁ ନିଜର ଆଣବିକ ସମରାଭ୍ୟାସ ଆରମ୍ଭ କରାଯାଇଛି ।  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମରାଭ୍ୟାସ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଦୂରଗାମୀ ବାଲିଷ୍ଟିକ୍ ମିସାଇଲ  କ୍ରୁଜ୍ ମିସାଇଲ ସମରାଭ୍ୟାସରେ ବ୍ୟବହାର କରୁଛି ଋଷ ।  ଯେକୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବା ଉଚିତ ନୁହେଁ ବୋଲି ଭାରତ କହିଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ ଆଲୋଚନା ବେଳେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଭଳି କହିଛନ୍ତି ।  ପରମାଣୁ ଯୁଦ୍ଧକୁ ଯେକୌଣସି ମତେ ଏଡାଇବାକୁ ରାଜନାଥ ପରାମର୍ଶ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପରମାଣୁ ଯୁଦ୍ଧକୁ ଏଡାଇବା ପାଇଁ ଋଷ ସହ କଥା ହୋଇଛନ୍ତି । ତେବେ ପୁଟିନ କିନ୍ତୁ ୟୁକ୍ରେନକୁ ସମର୍ପଣ କରିବା ପାଇଁ ସମରାଭ୍ୟାସ ଆରମ୍ଭ କରିଥିବା ଚର୍ଚା ହେଉଛି । ଆଠ ମାସ ହେଲା ଯୁଦ୍ଧ ଚାଲିଥିବା ବେଳେ ପୁଟିନ ୟୁକ୍ରେନ ଉପରେ ବିଜୟଲାଭ କରିପାରନାହାଁନ୍ତି । ୟୁକ୍ରେନ ସେନା ଋଷ ସେନାର ବିପୁଳ କ୍ଷତି ଘଟାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.