କନକ ନିଆଲ ମୃତ୍ୟୁ ମାମଲା: ଅଗ୍ରଗତି ସଂପର୍କରେ ତଥ୍ୟ ଜାଣିବାକୁ ଚାହିଁଲା ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବହୁଚର୍ଚ୍ଚିତ ତଥା ସମ୍ବେଦନଶୀଳ କନକ ନିଆଲଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ନ୍ୟାୟ ଦାବିକରି ଗତ ସେପ୍ଟେମ୍ବର ୧୫ ତାରିଖରେ ବହୁଜନ ଜଷ୍ଟିସ୍ ଫୋରମ ତରଫରୁ ବିଶାଲ ଗଣ ଆନ୍ଦୋଳନ ହୋଇଥିଲା ଏବଂ ସିବିଆଇ ତଦନ୍ତ ଦାବି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମାନବଅଧିକାର କମିଶନଙ୍କ ପାଖକୁ ଜିଲ୍ଲାପାଲଙ୍କ ଜରିଆରେ ଦାବିପତ୍ର ଦିଆଯାଇଥିଲା । ସେହି ଦାବି ଉପରେ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଗୁରୁତ୍ୱ ଦେଇ କ’ଣ ପଦକ୍ଷେପ ନେଇଛନ୍ତି, ତାହା ଜାଣିବା ପାଇଁ ଆଜି ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ଆରଟିଆଇ ଜରିଆରେ ଆବେଦନ କରାଯାଇଛି । ଏଥିରେ ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ଉପସଭାପତି ସୂର୍ଯ୍ୟନାରାୟଣ କୁମାର, ସମ୍ପାଦକ ଜୟପ୍ରକାଶ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.