ଦରଦୀ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର

✍🏼ବିଶ୍ବବିଜୟୀ ଦାଶ

ଦରଦୀ ଜନନେତା, ଦକ୍ଷ ସଂଗଠକ, ବିଶିଷ୍ଟ ରାଜନୀତିଜ୍ଞ ହେଉଛନ୍ତି ହରିଶ୍ଚନ୍ଦ୍ର ବକ୍ସିପାତ୍ର। ସେ ୧୯୩୩ ମସିହା ନଭେମ୍ବର ୧୭ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଗୋପିନାଥ ବକ୍ସିପାତ୍ର ଓ ମାତାଙ୍କ ନାମ ଶଶୀରେଖା ବକ୍ସିପାତ୍ର। ରାୟଗଡ଼ାର ଗୋବିନ୍ଦଚନ୍ଦ୍ର ଦେବ ହାଇସ୍କୁଲର ଛାତ୍ର ଥିଲେ ହରିଶ୍ଚନ୍ଦ୍ର ବକ୍ସିପାତ୍ର। ତା’ପରେ ପାରଳାଖେମୁଣ୍ତି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜରେ ଉଚ୍ଚଶିକ୍ଷା ପଢ଼ିବା ସମୟରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ହେଲେ ଛାତ୍ର ସ˚ସଦର ସଭାପତି।କଟକ ରେଭେନ୍ସା କଲେଜରେ ପଢ଼ିବା ସମୟରେ ନିଜର ରାଜନୈତିକ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ଛାତ୍ର ସଂସଦର ସଭାପତି ହୋଇପାରିଥିଲେ। ସେ ସମୟରେ ସୀମା ଆନ୍ଦୋଳନର ସେ ଥିଲେ ମହାନ୍ ସଂଗ୍ରାମୀ। ତାଙ୍କ ଚ଼ିନ୍ତା ଓ ଚ଼େତନା ରେ ଥିଲା ଅନ୍ୟାୟ ବିରୋଧ ରେ ଲଢ଼ିବା ଓ ଜନସାଧାରଣଙ୍କ ପାଇଁ କାମ କରିବା।ତାଙ୍କ ନେତୃତ୍ବରେ ୧୯୫୬ର ଐତିହାସିକ ସୀମା ଆନ୍ଦୋଳନ ସକ୍ରିୟ ହୋଇଉଠିଥିଲା। ତା’ ପରବର୍ଷ ସେ ବ୍ରହ୍ମପୁର ଠାରେ ଅଖିଳ ଭାରତ ଛାତ୍ରସ˚ଘର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୧ରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସ˚ସଦର ସଭାପତି ହୋଇଥିଲେ। ଜୟପୁର ସହରରେ ଓକିଲାତି କରି ହରିଶ୍ଚନ୍ଦ୍ର ବକ୍ସିପାତ୍ର ବହୁ ଲୋକହିତକର କାର୍ଯ୍ୟରେ ସମ୍ପୃକ୍ତ ଥିଲେ। କୋରାପୁଟ ଜିଲ୍ଲାରେ ରୟତ ମାନଙ୍କର ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଜନ ଆନ୍ଦୋଳନ କରିବା ଓ ରାଜ୍ୟରେ ରୟତ ଆନ୍ଦୋଳନକୁ ପ୍ରତିଷ୍ଠିତ କରିବା ଦିଗରେ ସେ ଉଦ୍ୟମ କରିଥିଲେ। ଲୋକ ସଚେତନତା ପାଇଁ ସେ ‘ଲୋକନୀତି’ ପାକ୍ଷିକ ପତ୍ରିକା (୧୯୬୫) ପ୍ରତିଷ୍ଠା କରି ଚଳାଇ ରଖିଥିଲେ। ହରିଶ୍ଚନ୍ଦ୍ର ବକ୍ସିପାତ୍ର ବହୁବାର ବିଧାୟକ ଭାବେ ନିର୍ବାଚ଼ିତ ହୋଇଛନ୍ତି ଏବଂ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରି ସୂଚ଼ାରରୂପେ ତୁଲାଇଛନ୍ତି।

Omkar Vasthu
Omkar Vasthu

କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ନବରତ୍ନ କମ୍ପାନୀ ନାଲକୋ ପ୍ରତିଷ୍ଠା କରିବା ଦିଗରେ ବକ୍ସିପାତ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ବିଭାଗୀୟ ମନ୍ତ୍ରୀ ଥିବା ସମୟରେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅବିସ୍ମରଣୀୟ ହୋଇ ରହିଛି। ତାଙ୍କ ସମୟରେ ଛାତ୍ର ରାଜନୀତି ଓ ଆନ୍ଦୋଳନର ପରିଭାଷା ଓଡ଼ିଶା ଇତିହାସରେ ଏକ ନୂଆ ଯୁଗର ସୂତ୍ରପାତ କରିଥିଲା।କେବଳ ଛାତ୍ର ରାଜନୀତି ନୁହେଁ ଶ୍ରମିକ ରାଜନୀତିର ଇତିହାସରେ ତାଙ୍କର ଅବଦାନ ମେହନତି ମଣିଷ ପାଇଁ ଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା। ସେ ଜାତୀୟ ଜରୁରୀ କାଳୀନ ପରିସ୍ଥିତିରେ କାରାବରଣ ମଧ୍ୟ କରିଥିଲେ। ସେ ଅତ୍ୟନ୍ତ ସାଧାସିଧା, ସରଳ ଜୀବନଯାପନ କରିବାକୁ ପସନ୍ଦ କରୁଥିଲେ।ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ରହି ମଧ୍ୟ ବିଳାସ ବ୍ୟସନ ଠାରୁ ବହୁ ଦୂରରେ ରହୁଥିଲେ।ରାଜନୈତିକ ଇଚ୍ଛା ଶକ୍ତି ଦ୍ବାରା ଜନସାଧାରଣଙ୍କର ସମସ୍ୟାକୁ ସମାଧାନ କରିବା ଦିଗରେ କିଭଳି ଉଦ୍ୟମ କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶା ରାଜନୀତିରେ ସେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ମନ୍ତ୍ରୀ ଥିବା ସମୟରେ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ତାଙ୍କ ଦୁଆର ସବୁ ସମୟରେ ଖୋଲାଥିଲା।ଯେତେବେଳେ ଯେକୌଣସି ସମସ୍ୟା ନେଇ କୌଣସି ସାଧାରଣ ଲୋକ ତାଙ୍କ ପାଖରେ ପହଞ୍ଚୁଥିଲେ, ତାହାର ଅଭିଯୋଗ ଶୁଣିବା ଓ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ତୁରନ୍ତ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପତ୍ର ଲେଖିବା ଓ ଅଭିଯୋଗକାରୀଙ୍କ କଥା କୁ କର୍ତ୍ତୁପକ୍ଷଙ୍କ ନିକଟରେ ପହଞ୍ଚାଇବାରେ ସେ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଥିଲେ।

Udyog Nursery
Udyogi Nursery

କର୍ମଯୋଗୀ ହରିଶ୍ଚନ୍ଦ୍ର ବକ୍ସିପାତ୍ର ମନ୍ତ୍ରିତ୍ବବେଳେ ନାଲକୋ, କୋଣାର୍କ ଝୋଟକଳ, ଓଡ଼ିଶା ସ୍ପିନି˚ମିଲ୍‌, କୋଣାର୍କ ଘଣ୍ଟା କାରଖାନା, ଚିଲିକା ବିକାଶ କର୍ତ୍ତୃପକ୍ଷ, ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠା, ଗୋପାଳପୁର ବନ୍ଦରର କାର୍ଯ୍ୟ ହୋଇଥିଲା। ବିଜୁବାବୁ ମନ୍ତ୍ରୀମଣ୍ତଳରେ ସେ ଜଙ୍ଗଲ, ପରିବେଶ, ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଥିବାବେଳେ ସେ ବହୁକାର୍ଯ୍ୟ କରିଥିଲେ ଯହିଁରେ ତୃଣମୂଳ ସ୍ତରୀୟ ଲୋକଙ୍କର ବିକାଶ ହୋଇପାରିବ। ସେ ଥିଲେ ଏକାଧାରରେ ପ୍ରଗତିଶୀଳ ଶିଳ୍ପମନ୍ତ୍ରୀ ଓ ଦକ୍ଷ ଶ୍ରମିକ ନେତା। ସେହି ଦରଦୀ ଜନନେତା ହରିଶ୍ଚନ୍ଦ୍ର ବକ୍ସିପାତ୍ର ୨୦୦୦ ମସିହା ଅକ୍ଟୋବର ୨୭ ତାରିଖରେ ଦୁନିଆ ଛାଡ଼ି ଚ଼ାଲିଗଲେ। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।

ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍- ୭୫୨୦୩୫
ଫୋନ ନଂ: ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.