ଦୁଇ ମଟର ସାଇକେଲ ଧକ୍କାରେ ଜଣକର ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଗତ ବୁଧବାର ସନ୍ଧ୍ୟାରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଦୁଲକିବନ୍ଧ ଗ୍ରାମର ତିଲ ରାଉତ (ମାଝୀ)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ପକ୍ଷରେ ମୃତ ତିଲ ରାଉତ (ମାଝୀ)ଙ୍କ ଶିଶୁ ପୁତ୍ର ସିଦ୍ଧୁ ଗୁରୁତର ଆହତ ହେଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଗୁରୁବାର ସକାଳେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ତିଲ ରାଉତଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଦୁଲକିବନ୍ଧ ଗ୍ରାମରେ ଆଜି ଦିନ ୧୨ଟାରେ ଶବ ପହଞ୍ଚିବା ପରେ ଡ୍ରାଇଭର ମହାସଂଘର ସହଯୋଗରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ କେହି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.