ଡ.ଶିବରାମ ନାୟକ ପାଇଲେ ବ୍ରାଣ୍ଡ ଅଫ ଦ ସିଟି ଏବଂ ପ୍ରାଇଡ ଅଫ ଓଡିଶା ଆଦର୍ଶ ଉଦ୍ୟୋଗୀ ସମ୍ମାନ ୨୦୨୨

ଓଡ଼ିଆ ବାର୍ତ୍ତା/ ପୁରୀ: ବିଭିନ୍ନ ସାମାଜିକ ଉନ୍ନତିମୂଳକ, ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶିବରାମ ନାୟକଙ୍କୁ ବ୍ରାଣ୍ଡ ଅଫ ଦ ସିଟି ଏବଂ ପ୍ରାଇଡ ଅଫ ଓଡିଶା – ଆଦର୍ଶ ଉଦ୍ୟୋଗୀ ସମ୍ମାନ ୨୦୨୨ ପୁରୀ ସ୍ଥିତ ଜିଲ୍ଳା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ସମ୍ମାନିତ କରାଯାଇଛି। ପ୍ରତିଦିନ ନିଉଜ ନେଟୱର୍କର ନିର୍ଦ୍ଦେଶକ ସୁଧୀର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ଭୁବନେଶ୍ୱର ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟଶାଣୀ ଓ ମେଜର ଡ. ମୁକୁନ୍ଦ ଚନ୍ଦ୍ର ସାହୁ, ଆଡିସନାଲ ମେଡିକାଲ ସୁପରିଟେନଡେଣ୍ଟ, ଏ.ଆଇ.ଆଇ.ଏମ.ଏସ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମ୍ନାନୀତ ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସୀଙ୍କୁ ଉତ୍ସର୍ଗୀକୃତ ବୋଲି ଡ. ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ଉତ୍ସବଟି ପ୍ରତିଦିନ ନିଉଜ୍ ନେଟୱର୍କ, ପ୍ରତିଦିନ ଟିଭି ଓ ପ୍ରତିଦିନ ଖବରକାଗଜର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.