କରଣ ସମାଜର ଚିତ୍ରଗୁପ୍ତ ପୂଜା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ଠାରେ କରଣ ସମାଜର ପକ୍ଷରୁ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସ୍ତରୀୟ ଏହି ୧୮ତମ ପୂଜାନୋତ୍ସବରେ ଶ୍ୟାମସୁନ୍ଦର ପଟ୍ଟନାୟକ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି । ବୁଧବାର କଳସ ଯାତ୍ରା ସହ ଅଧିବାସ ହୋଇଥିବା ବେଳେ ଗୁରୁବାର ଠାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ଏବଂ ଝିଅ ମାନଙ୍କ ମଧ୍ୟରେ ହୁଳହୁଳି, ଝୋଟି, ମ୍ୟୁଜିକ୍ ଚେୟାର, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଭଜନ ଗାୟନ, ନୃତ୍ୟ ପ୍ରତିଯୋଗିତା ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାମାଜିକ ବୈଠକ ରଖା ଯାଇଥିଲା । ଚଳିତ ବର୍ଷ ପୂଜା କମିଟି ସଭାପତି ଭାବେ ବିକାଶ ପଟ୍ଟନାୟକ, ଉପସଭାପତି ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଆକାଶ ପଟ୍ଟନାୟକ, ସହ ସମ୍ପାଦକ ସୁଧିର ପଟ୍ଟନାୟକ, କୋଷାଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକ ଓ ଶୁଭେନ୍ଦୁ ପଟ୍ଟନାୟକ ପୂଜା କାର୍ଯ୍ୟକ୍ରମ ଭାର ଗ୍ରହଣ କରିଥିବା ବେଳେ ଉପଦେଷ୍ଟା କମିଟିରେ ରାମକୃଷ୍ଣ ପଟ୍ଟନାୟକ, କଳ୍ପବଟ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, ମନ ପଟ୍ଟନାୟକ, ରାଧାକୃଷ୍ଣ ପଟ୍ଟନାୟକ, ମୁରଲୀ ପଟ୍ଟନାୟକ ରହିଛନ୍ତି । କୋକସରା ବ୍ଲକ କରଣ ସମାଜର ସଭାପତି ସହଦେବ ପଟ୍ଟନାୟକ, ସମ୍ପାଦକ ନାରାୟଣ ପଟ୍ଟନାୟକ, କୋଷାଧ୍ୟକ୍ଷ ପିତାମ୍ବର ପଟ୍ଟନାୟକ ସମେତ ସମସ୍ତ କର୍ମକର୍ତ୍ତା ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.