ନର୍ଲା ଓ କେସିଙ୍ଗା ରେଞ୍ଜରେ ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ଓ ନର୍ଲା ରେଞ୍ଜ ଅଧିନରେ ଆସୁଥିବା ଗାଁ ଗୁଡ଼ିକରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନର୍ଲା ନିକଟସ୍ଥ ରେଗିଡିମାଲ, ଡଙ୍ଗରମାଳ, ପାଙ୍ଗା, ତେର୍ଲୋ, ବାଙ୍କେଲ, ଭଟାଙ୍ଗ, ବମକ ଓ ରୁପ୍ରାରୋଡ ସେକ୍ସନରେ ଥିବା ଭଟାଖମାର, ଶ୍ରୀପୁର, ବୁର୍ଡିପଡାରେ ହାତୀଉପଦ୍ରବ ଦେଖା ଯାଇଛି । ଗୋଟିଏ ଗୋଟିଏ ହାତୀ ପଲରେ ୩ ରୁ ୩୨ ଗୋଟି ହାତୀ ରହୁଛନ୍ତି । ଏପରି ଶତାଧିକ ହାତୀ ଉକ୍ତ ବନଖଣ୍ଡରେ ରହି ଆସୁଥିବା ଯୋଗୁଁ ଧାନ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି । ଚାଷୀ ଶଶିଦେବ ପୂଝାରୀ, ଚନ୍ଦ୍ର ପୂଝାରୀ, ବିରେନ୍ଦ୍ର ଚାନ୍ଦ, ଅନି ବିଶ୍ୱାଳ ପ୍ରମୁଖ ଅନେକ କୃଷକ ହାତୀ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ରୁପ୍ରାରୋଡ ଓ ନର୍ଲା ସେକ୍ସନର ଫରେଷ୍ଟ କର୍ମଚାରୀ ବିଶ୍ଵଜିତ ଠାକୁର, ଭବାନୀ ଶଙ୍କର ନାଏକ ଓ ସ୍ଵତନ୍ତ୍ର ଟିମ ଦିନରାତି ହାତୀ ଘୋଉଡାଇବାରେ ଲାଗିଥିବା ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.