ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ଓ ସମିତିସଭ୍ୟ ସଂଘର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ଓ ସମିତିସଭ୍ୟ ସଂଘ ତରଫରୁ ଆଜି ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ଡ଼ାକ ବଙ୍ଗଳା ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘର ସଭାପତି ସୁବୋଧ ରଣା, ଉପସଭାପତି ତାରାଶଙ୍କର ରାୟଗୁରୁ, ସଂପାଦକ ଗୋବିନ୍ଦ ନାଏକ, ଯୁଗ୍ମ ସଂପାଦକ ଦେବେନ୍ଦ୍ର ସା ପ୍ରମୁଖ ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ବ୍ଲକ ସରପଞ୍ଚ ସଂଘର ସଭାପତି ସାନ୍ଦ୍ରୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ବ୍ଲକ ସମିତିସଭ୍ୟ ସଂଘର ସଭାପତି ଜଗଦୀଶ ବେନିଆଁ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ସରପଞ୍ଚ ସଂଘର ଉପସଭାପତି ସରସ୍ବତୀ ମୁଣ୍ଡା, ସଂପାଦକ ସନ୍ତୋଷ ମାଝୀ, ଯୁଗ୍ମ ସଂପାଦିକା ମମତା ଶବର, କୋଷାଧ୍ୟକ୍ଷ ସୁରଥ ମାଝୀ, ସମିତିସଭ୍ୟ ସଂଘର ଉପସଭାପତି ସୁଦଶା ପଟ୍ଟନାୟକ, ସଂପାଦକ ମନୋହର ହରପାଲ, ସହସଂପାଦକ ରୂପେନ୍ଦ୍ର ଛତ୍ରିଆ, କୋଷାଧ୍ୟକ୍ଷ ଅଜିତ କୁମାର ପ୍ରଧାନୀଙ୍କ ସମେତ ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ, କମର୍ଦ୍ଧା ସରପଞ୍ଚ ସୁଶୀଳା ନାଏକ, ବାତେଲିମା ସରପଞ୍ଚ କରୁଣା ମାଝୀ, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ଜଗନ୍ନାଥପୁର ସମିତିସଭ୍ୟ ପ୍ରଦୀପ ମାଝୀ, ବେନଗାଁ ସମିତିସଭ୍ୟା ସୁକାନ୍ତୀ ନାଏକ, ବାତେଲିମା ସମିତି ସଭ୍ୟ ଗୋବିନ୍ଦ ନାଏକ, କଦମ୍ବଗୁଡ଼ା ସମିତିସଭ୍ୟା ଚଞ୍ଚଳା ବେନିଆଁ, ଛତ୍ରପୁର ସମିତିସଭ୍ୟ ସନ୍ୟାସୀ ମାଝୀ, ଗୁଣ୍ଡରୀ ସମିତିସଭ୍ୟା ପଦ୍ମିନୀ ରାଉତ, ଭୁର୍ଟିଗଡ଼ ସମିତିସଭ୍ୟା ଶ୍ରୀଦେବୀ ମହାନନ୍ଦ, ଗୋବର୍ଦ୍ଧନପୁର ସମିତିସଭ୍ୟା ସୁଚିତ୍ରା ମାଝୀ, ଲାଞ୍ଜିଗଡ଼ରୋଡ଼ ସମିତିସଭ୍ୟା ମୁକ୍ତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହରିଶଙ୍କର ପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ଜଗଦୀଶ ନାଏକ, ପର୍ଶୁ ବାଗ, କୈଳାସ ଗଉଡ଼ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.