ଭାଙ୍ଗିଗଲା ଝୁଲା ପୋଲ, ନଦୀକୁ ଖସିପଡ଼ିଲେ ଶତାଧିକ; ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ଅହମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋର୍ବିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀ ଉପରେ ଯାଇଥିବା ଏକ ଝୁଲା ପୋଲ ଭୁଶୁଡି ପଡିବାରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଝୁଲା ପୋଲଟି ଭୁଶୁଡିବା ବେଳେ ପୋଲ ଉପରେ ଶତାଧିକ ଲୋକ ଥିଲେ ବୋଲି ସୂଚନା ରହିଛି। ବ୍ରିଜ ଭୁଶୁଡିବା ପରେ ଅନେକ ଲୋକ ନଦୀରେ ଖସି ପଡିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Udyog Nursery
Udyogi Nursery

ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି। ନିଖୋଜ ଥିବା ଲୋକଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରକ୍ରିୟା ଚାଲିଛି। ସମସ୍ତ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ଆଜି ରବିବାର ଛୁଟିଦିନ ହୋଇଥିବାରୁ ଏଠାରେ ବହୁତ ଭିଡ଼ ଜମିଥିଲା। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେହିପରି ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ଅବଗତ ଥିବା ସୂଚନା ରହିଛି।

ଏହି ବ୍ରିଜଟି ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି ଏବଂ କିଛି ଦିନ ପୂର୍ବରୁ ଏହାର ମରାମତି କରାଯାଇଥିଲା। ମରାମତିର ମାତ୍ର କିଛି ଦିନ ପରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥିଲା।

ବ୍ରିଜ ଭୁଶୁଡ଼ିବା ପରେ ଅନେକ ଲୋକ ନଦୀରେ ପଡ଼ିଯାଇଥିବା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବ୍ରିଜେଶ ମର୍ଜା କହିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଅନେକ ଲୋକ ଆହତ ହୋଇଥିବା ଖବର ରହିଛି। ତାଙ୍କୁ ଡାକ୍ତରଖାନା ନିଆଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ରିଜ୍ ଭୁଶୁଡ଼ିବା ବେଳେ ଏହି ଝୁଲା ବ୍ରିଜ୍ ଉପରେ ଅନେକ ମହିଳା ଓ ଶିଶୁ ଥିଲେ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.