ଅଟାଙ୍ଗଗୁଡା ନିକଟରେ ଭୁଶୁଡିଲା ପୋଲ: ତଳକୁ ଖସିଲା ୨ ଟି କାର୍, ୭ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଆଜି ଏକ ଅଭାବନୀୟ ଘଟଣା ଘଟିଛି ଭବାନୀପାଟଣା ନିକଟ ଅଟାଙ୍ଗଗୁଡାରେ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁରକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତାର ଅଟାଙ୍ଗଗୁଡା ନିକଟରେ ଥିବା ଏକ ପୋଲ ଭୁଷୁଡି ପଡିଛି । ସେହି ସମୟରେ ଭବାନୀପାଟଣାରୁ ଥୁଆମୂଳରାମପୁର ପଟକୁ ଯାଉଥିବା ଗୋଟିଏ କାର ଏବଂ ଥୁଆମୂଳରାମପୁରରୁ ଭବାନୀପାଟଣା ପଟକୁ ଆସୁଥିବା ଅନ୍ୟ ଏକ କାର ପୋଲ ତଳକୁ ଖସି ପଡିଥିଲା । ୨ ଟି କାରରେ ବସିଥିବା ୭ ଜଣ ଉଦ୍ଧାର ହୋଇ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଏହି ପୋଲର ସ୍ଥାୟୀତ୍ୱ ନେଇ ବହୁତ ଦିନରୁ ଅଭିଯୋଗ ହୋଇ ଆସୁଥିଲା । ହେଲେ ସଂପୃକ୍ତ ବିଭାଗ ଧ୍ୟାନ ଦେଇ ନ ଥିଲା, ପରିମାଣ ସ୍ୱରୂପ ଆଜିର ଦୁର୍ଘଟଣା ହୋଇଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.