ଏସୟୁଜେ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଳା ଶାଖାର ସାଧାରଣ ପରିଷଦ ଆଲୋଚନା ବୈଠକ

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାଭୁକ୍ତ ସମସ୍ତ ସାମ୍ବାଦିକଙ୍କୁ ସରକାରୀ ଅଧୀସ୍ୱୀକୃତି ପ୍ରଦାନ କରନ୍ତୁ ରାଜ୍ୟ ସରକାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାଜ୍ୟ ସାମ୍ବାଦିକ ୟୁନିୟନ (ଏସୟୁଜେ), ଓଡିଶା ରାଜ୍ୟ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସୟୁଜେ ରାୟଗଡା ଜିଲ୍ଳା ଶାଖା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଆଜି ରାୟଗଡା ସହର ସ୍ଥିତ ଗାୟତ୍ରୀ ନଗର ଠାରେ ଥିବା ବରିଷ୍ଠ ନାଗରିକ କଲ୍ୟାଣ ସଂଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏସୟୁଜେ ରାୟଗଡା ଜିଲ୍ଳା ଶାଖାର ଏକ ସାଧାରଣ ପରିଷଦ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଏସୟୁଜେ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ କିର୍ତୀଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଏସୟୁଜେ ରାୟଗଡା ଜିଲ୍ଳା ଶାଖା ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ ଅତିଥି ପରିଚୟ ଓ ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଳା ସଭାପତି ଶ୍ରୀ ଗୈାଡ ବାର୍ଷିକ କାର୍ଯ୍ୟ ଖସଡା ବିଷୟରେ ବିବରଣୀ ରଖିଥିଲେ ।


ଏହି ବୈଠକରେ ରାଜ୍ୟ ସାମ୍ବାଦିକ ୟୁନିୟନ (ଏସୟୁଜେ) ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ମୁଖ୍ୟତଃ ୬ଟି ପ୍ରମୁଖ ଦାବି ଉପସ୍ଥାପନା କରିବା ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ ସରକାରଙ୍କ ଠାରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବା ସହ ନିୟମ କୋହଳ କରି ଅନ୍ୟାନ୍ୟ ଜଟିଳ ଚିକିତ୍ସା ଖର୍ଚ୍ଚକୁ ବୀମା ପରିସରଭୁକ୍ତ କରିବା, ବୀମାଭୁକ୍ତ ସମସ୍ତ ସାମ୍ବାଦିକଙ୍କୁ ସର୍ବନିମ୍ନ ମାସିକ ୫ହଜାର ଟଙ୍କା ଭତା ପ୍ରଦାନ କରିବା, ୬୦ବର୍ଷ ତଥା କାର୍ଯ୍ୟରୁ ଅବସର ନେବା ପରେ ଜୀବନବ୍ୟାପି ପେନସନ୍ ଯୋଗାଇବା, ବୀମା ପରିସରଭୁକ୍ତ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ସରକାରୀ ଅଧିସ୍ୱୀକୃତି ପ୍ରଦାନ କରିବା, ରାଜଧାନୀ ଭୁବନେଶ୍ୱରକୁ ଯାଉଥିବା ରାଜ୍ୟର ବିିଭିନ୍ନ ଜିଲ୍ଳାର ସାମ୍ବାଦିକଙ୍କ ସ୍ୱଳ୍ପ ରହଣୀ ନିମନ୍ତେ ସାମ୍ବାଦିକ ଭବନ ନିର୍ମାଣ କରିବା ଓ ସାମ୍ବାଦିକଙ୍କୁ ଗୃହ ନିର୍ମାଣ ଓ ଗାଡି କିଣିବା ସମୟରେ ବ୍ୟାଙ୍କରୁ ଋଣ ପ୍ରଦାନ ନିମନ୍ତେ ସରକାର କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ଭଳି ୬ଟି ଦାବି କରାଯାଇଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ସ୍ଥାନୀୟ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ପାଇଁ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକ ଏସବୁ ଦାବି ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ସଂଘ ଆଶାବାଦୀ ରହିଛି । ଉପରୋକ୍ତ ସମସ୍ତ ନ୍ୟାର୍ଯ୍ୟ ଦାବିକୁ ଏସୟୁଜେ ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ସମର୍ଥନ କରାଯାଇ ସରକାର ଦାବିଗୁଡିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଭାପତି ଶ୍ରୀ ଗୈାଡ ଦାବି କରିଥିଲେ ।

ରାୟଗଡା ଜିଲ୍ଳା ଶାଖା ସଂଘ ସଦସ୍ୟସଦସ୍ୟାମାନଙ୍କ ମଧ୍ୟରେ ଥିବା ଏକତାକୁ ଆହୁରି ସୁଦୃଢ କରିବା ସହ ନୂତନ ସଦସ୍ୟତା ଗ୍ରହଣ ପାଇଁ ଇଚ୍ଛୁକ ଥିବା ଅନ୍ୟ ସାମ୍ବାଦିକମାନଙ୍କୁ ସାମିଲ କରିବା ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ ତଥା ବାର୍ଷିକ ଉତ୍ସବ ପାଳନ ବିଷୟରେ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସୟୁଜେ ରାୟଗଡା ଜିଲ୍ଳାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ପଣ୍ଡା, ଜିଲ୍ଳା ଉପସଭାପତି ସହଦେବ ସାହୁ, ସନ୍ତୋଷ କୁମାର ଗୁରୁ, ଜିଲ୍ଳା ସାଂଗଠନିକ ସଂପାଦକ ମୃତ୍ୟୁଂଜୟ ନନ୍ଦ, ଜିଲ୍ଳା କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ମହାରଣାଙ୍କ ସମେତ ବିଷମକଟକ ବ୍ଳକ ସଂଯୋଜକ କାଶୀନାଥ ପାଳ, କଲ୍ୟାଣସିଂହପୁର ବ୍ଳକ ସଂଯୋଜକ ଅକ୍ଷୟ ପିଡିସିକା, ରାମନାଗୁଡା ବ୍ଳକ ସଂଯୋଜକ ଶୁଭ୍ରଜିତ୍ ପଟ୍ଟନାୟକ, କୋଲନରା ବ୍ଳକ ସଂଯୋଜକ ରାଜକୁମାର ଲିମାଙ୍କ ସମେତ ସଦସ୍ୟ ଅମଜଦ୍ ଅଲ୍ଳୀ, ତୁଷାର ରଂଜନ ସାହୁ, କମଳ ଲୋଚନ, ଲୋକନାଥ ପାଳ, ସନ୍ତୋଷ ପାଣି, ଚନ୍ଦନ ମାଟିକା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.