୫୭ ବର୍ଷରେ କିଙ୍ଗ୍‌ ଖାନ୍‌ ଶାହାରୁଖ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ଆଜି ଶାହାରୁଖଙ୍କ ଜନ୍ମ ଦିନ । ୫୭ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର ଚର୍ଚ୍ଚିତ ହିରୋ ଶାହାରୁଖ । ଆଜିଯାଏଁ ସବୁବେଳେ ଫ୍ୟାନମାନଙ୍କ ହୃଦୟରେ ରାଜ କରି ଆସିଛନ୍ତି କିଙ୍ଗଖାନ୍‌। ତାଙ୍କ ସଫଳତାର ଜୀବନ ଭିତରେ ସେ ବହୁତ ଉତଥାନ ପତନ ଦେଖିଛନ୍ତି । ହେଲେ ତାଙ୍କ ଏହି ଶଫରରେ ସେ ଫ୍ୟାନମାନଙ୍କର ବେଶ ଲୋକପ୍ରିୟ ହୋଇଛନ୍ତି ।

Omkar Vasthu
Omkar Vasthu

ତେବେ ଶାହରୁଖ ଖାନଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଆଜିର ଦିନ କୌଣସି ଉତ୍ସବ ଠାରୁ କମ୍ ନୁହେଁ। ଏହି ଅବସରରେ ତାଙ୍କ ଜନ୍ମଦିନକୁ ନେଇ ପ୍ରଶଂସକ ମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। ଶାହାରୁଖଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉପସ୍ଥିତ । ତାଙ୍କ ସହ ଜଡିତ ଅନେକ ହ୍ୟାସଟ୍ୟାଗ ତାଙ୍କ ଜନ୍ମଦିନ ପୂର୍ବରୁ ଟ୍ଵିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । କିଙ୍ଗ ଖାନଙ୍କ ଝଲକ ପାଇଁ ତାଙ୍କ ଫ୍ୟାନ୍ସ ଫଲୋର୍ସ ଅଭିନେତା ଘର ମନ୍ନତ ସମ୍ମୁଖରେ ଏକାଠି ହୋଇଥିବାର ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଏହା ହୋଇପାରିନଥିଲା। ଏଥର ଶାହାରୁଖ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଥିଲେ । ରାତି ପ୍ରାୟ ୧୨ଟା ସମୟରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥିଲେ।

Pearl dental clinic
Near Ashish Medical Store, Bhawanipatna

ଶାହାରୁଖ ଖାନ ତାଙ୍କର ଫିଲ୍ମ କ୍ୟାରିଅରରେ ଅନେକ ହିଟ୍-ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି । କିନ୍ତୁ ତାଙ୍କ ଫିଲ୍ମ ‘DDLJ ଏବେ ଲୋକଙ୍କ ବେଶ୍ ଲୋକପ୍ରିୟ ହୋଇଛି । ଶାହାରୁଖ ଖାନଙ୍କ ଜନ୍ମ ୨ ନଭେମ୍ବର ୧୯୬୫ ମସିହା ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ତାଜ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ତାଙ୍କ ମାଙ୍କ ନାଁ ଥିଲା ଫାତିମା । ଶାହାରୁଖ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀର ସେଣ୍ଟ କଲୋମ୍ବାସ ସ୍କୁଲରୁ କରିଥିଲେ । ପାଠ ସହିତ ସେ ଥିଏଟରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ । ଏହାପରେ ସେ ହଂସରାଜ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ପରେ ଜାମିଆ ମିଲିଆ ଇସଲାମିୟା ବିଶ୍ୱବିଦ୍ୟାଳୟରୁ ମାସ କମ୍ୟୁନିକେସନରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

Udyog Nursery
Udyogi Nursery

ବାପା ମାଙ୍କ ମୃତ୍ୟୁ ପରେ ଶାହାରୁଖ ମୁମ୍ବାଇ ଚାଲି ଆସିଥିଲେ । କିଛି ବର୍ଷ ସଂଘର୍ଷ ପରେ ସେ ସିରିଏଲରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଦିୱାନା ଚଳଚ୍ଚିତ୍ରରୁ ସେ ବଡ ପରଦାରେ ପାଦ ଦେଇଥିଲେ । ଏହାପରେ ସେ ଫ୍ୟାନ ମାନଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦିଲ ବାଲେ ଦୁଲହନିୟା ଲେ ଜାୟେଙ୍ଗେ, ବାଜିଗର, ଦେବଦାସ, କରନ ଅର୍ଜୁନ, ମହବତେଁ, ଭିରଜରା ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି କିଙ୍ଗ ଖାନ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.