କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ବୋରିଆ ପଞ୍ଚାୟତ ଜବକାର୍ଡଧାରୀ ଶ୍ରମିକଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା ଗଠନ ଦିବସ -୨୦୨୨ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ  ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ମନରେଗା ଯୋଜନାର ଜିଲ୍ଲା ସଂଯୋଜକ ପାର୍ବତୀ ପଟ୍ଟନାୟକ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋରିଆ ପଞ୍ଚାୟତ ସରପଞ୍ଚ ରୀମା ନାୟକ ମଞ୍ଚାସୀନ ରହିଥିଲେ ।  ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧୦୦ ଦିନ କାମ କରିଥିବା ୮ ଜଣ ଜବକାର୍ଡଧାରୀ ଶ୍ରମିକ  ବୋରିଆ ଗ୍ରାମର ଚୈତନ୍ୟ ମାଝୀ, ନିଳାମ୍ବର ମାଝୀ, ଗାଈଦର ଗ୍ରାମର ଖଗେଶ୍ବର ସାହୁ, ଦୁର୍ଯୋଧନ ସାହୁ, ଶ୍ରୀବତ୍ସ ଭୋଇ, ଗଣେଶ୍ୱର ଭୋଇ, ସୁରେଶ ଭୋଇ ଏବଂ ମନୋଜ ଜାଲଙ୍କୁ  ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ୧୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବୋରିଆ ନାରିକଟା ଠାରୁ ସିଲେଟବାହାଲି ରାସ୍ତା ଉନ୍ନତିକରଣ ପ୍ରକଳ୍ପର ପ୍ରାରମ୍ଭିକ ସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ ଏପିଓ ସୂର୍ଯ୍ୟମଣି ସେଠଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ପ୍ରଧାନ, ଗ୍ରାମ ରୋଜଗାର ସେବକ ଶ୍ରଦ୍ଧାଞ୍ଜଳି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.