ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ-୨୦୨୨ ମହାସମାରୋହରେ ପାଳିତ ହୋଯାଇଅଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନୁଷ୍କା ରେଡ୍ଡୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ସତପଥି, ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ମଞ୍ଚାସୀନ ରହି କଳାହାଣ୍ଡି ଜିଲ୍ଲା ଗଠନ ଦିବସ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମିତ୍ତ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ଏହି ପାଳନୋତ୍ସବରେ ଜିଲ୍ଲାର ସମସ୍ତ ବିଭାଗର ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।