ପୁରିଲାଣି ରେତ ନଦୀ ଓଭର ବ୍ରିଜର ଆୟୁଷ: ବେଳ ଥାଉ ବନ୍ଧ ବାନ୍ଧ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ଓ ଯୋଲକୋ ମଝିରେ ଥିବା ଓଭର ବ୍ରିଜର ନିର୍ମାଣ ୫୦ ବର୍ଷ ତଳେ ହୋଇଥିଲା, ଯାହାର ଆୟୁଷ ଏବେ ପୁରିବାକୁ ବସିଲାଣି । ବ୍ରିଜର ସ୍ଥାନେ ସ୍ଥାନେ ଫାଟ ମଧ୍ୟ ଦେଖାଯାଉଛି । ଜାତୀୟ ରାଜପଥ ୨୬ରେ ଅବସ୍ଥିତ ଏହି ବ୍ରିଜ ଜୟପୁରରୁ ସମ୍ବଲପୁର ଓ କୋଲକତାକୁ ସଂଯୋଗ କରୁଛି ଫଳରେ ପ୍ରତି ଦିନ ୨୪ ଘଣ୍ଟା ହଜାର ହଜାର ସଂଖ୍ୟାରେ ଛୋଟ ବଡ଼ ଓ ଓଭର ଲୋଡ ଗାଡ଼ି ଯା ଆଆସ କରୁ ଥାଏ । କିନ୍ତୁ ପ୍ରଶାସନ ତରଫରୁ କୌଣସି ସ୍ପିଡ୍ ବ୍ରେକର୍ ଦିଆ ଯାଇ ନାହିଁ କି କୌଣସି ବୋର୍ଡ ଲେଖି ସତର୍କ କରା ଯାଏ ନାହିଁ । ଫଳରେ ଗାଡ଼ି ମଟର ବହୁତ ବେଗରେ ଯାଆ ଆସ କରୁଥିବା ଦେଖାଯାଉଛି । ବେଳ ଥାଉ ଥାଉ ସତର୍କ ହୋଇ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି । ଏହି ବ୍ରିଜ ବିଷୟରେ ଆଗରୁ ବିଭିନ୍ନ ଗଣାଧ୍ୟମରେ ଖବର ପ୍ରକାଶ ପାଇଛି ହେଲେ ଚେଇଁ ଶୋଇଛି ପ୍ରଶାସନ । ଏନେଇ ଏନ୍ଏଚ୍ ଡିଭିଜନ କେସିଙ୍ଗାର ଏକ୍ସଜୁକ୍ୟୁଟିଭ ଇଂଜିନିୟର ଅମିତ କୁମାର ଟୁଡୁଙ୍କୁ ପଚାରିବାରୁ ସେ କହିଲେ, ବ୍ରିଜ ୫୦ ବର୍ଷରୁ ଅଧିକ ହେଲାଣି ମୁଁ ନିଜେ ସେହି ଓଭର ବ୍ରିଜକୁ ଯାଇ ଦେଖିକି ଆସିଛି ଗୋଟିଏ ଜାଗାରେ ଟିକେ ଫାଟ ଦେଖାଯାଉଛି ଆମେ ଯଥା ଶୀଘ୍ର ମରାମତି କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ନୂତନ ବ୍ରିଜ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପ୍ରକାଶ କରିଥିଲେ । ବହୁତ ଶିଘ୍ର ଟେଣ୍ଡର କରାଯିବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ଶ୍ରୀ ଟୁଡୁ । ଏପଟେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଏହି ବ୍ରିଜର ଫୋଟୋ ଓଡ଼ିଶା ସରକାର, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓ ଡିଏମ୍ କଳାହାଣ୍ଡିଙ୍କୁ ଟୁଇଟ କରି ଜଣାଇ ଦିଆଯାଇଛି ବୋଲି ସଚେତନ ନାଗରିକ ପ୍ରଣବ ଭୋକ୍ତା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.