ଦିବ୍ୟାଙ୍ଗ ପରିବାରକୁ ସରକାରୀ ସହାୟତା ମିଳିବା ପୂର୍ବରୁ ସହାୟତାର ହାତ ବଢ଼ାଇଲେ ଜନପ୍ରତିନିଧି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦିବ୍ୟାଙ୍ଗ ପରିବାର କହିଲେ ଆପଣଙ୍କୁ ଟିକେ ଅଲଗା ଲାଗିପାରେ କିନ୍ତୁ ବାସ୍ତବିକ ଚିତ୍ର ସମ୍ପୂର୍ଣ ସତ୍ୟ । ପରିବାରରେ ୫ ଜଣ ରହୁଥିବା ବେଳେ ସେଥି ମଧ୍ୟ୍ୟରୁ ଝିଅ ଚନ୍ଦ୍ରମା (୧୬) ଙ୍କୁ ଛାଡି ଦେଲେ ପରିବାରର ୪ଜଣ ସମ୍ପୂର୍ଣ ଦିବ୍ୟାଙ୍ଗ । ଏହି ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ଲାଖବାହାଲିରେ । ଏହି  ଗାଁରେ ଦିବ୍ୟାଙ୍ଗ ସେନାପତି ହରିଜନଙ୍କ ପରିବାର । ପରିବାରରେ ୪ଜଣ ଦିବ୍ୟାଙ୍ଗ ରହୁଥିଲେ ହେଲେ ଦୃଷ୍ଟିବଧିତ ରଘୁରାମ କୌଣସି କାରଣରୁ  କିଛି ଦିନ ତଳେ ଆଖି ବୁଜିଛନ୍ତି । ରଘୁରାମ ଜଣେ ଦୃଷ୍ଟିଵଧିତ ଦିବ୍ୟାଙ୍ଗ ହୋଇ ଥିଲେ ମଧ୍ୟ୍ୟ ସେ ଆଖପାଖ ଗାଁକୁ ଯାଇ ଭିକ୍ଷାବୃତ୍ତି କରି ପରିବାର ଭରଣ ପୋଷଣ କରୁଥିଲେ କିନ୍ତୁ ସେ ଏବେ ଆର ପାରିରେ । ତେବେ ରଘୁରାମଙ୍କ ଦେହାନ୍ତ ପରେ ପରିବାର ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି । ସତେ ଯେମିତି ଦୁଃଖର ପାହାଡ଼ ପଡିଯାଇଛି । ପୁଅର ମୃତ୍ୟୁ ପରେ ଦଶାହ କରିବାକୁ ଅର୍ଥ ଅଭାବରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ମଧ୍ୟ୍ୟ ଯାଇଥିଲେ କାଲେ କିଛି ଆର୍ଥିକ ସହାୟତା ମିଳିବ ସେଥିରେ ଦଶାହ କାର୍ଯ୍ୟ ସୁରୁଖୁରୁରେ ଚଲିଯିବି କିନ୍ତୁ ଦୁର୍ଭାଗ୍ୟକୁ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସେହି ଠାରୁ ମଧ୍ୟ୍ୟ ନିରାଶ ହୋଇ ଫେରିଲେ ପରିବାର ।ଏଣେ ପରିବାରରେ ୪ଜଣ ଦିବ୍ୟାଙ୍ଗ ରହୁଥିଲେ ହେଁ ୨ ଜଣଙ୍କୁ କେବଳ ଭତ୍ତା ମିଳୁଛି। ଏହି ୨ ଜଣଙ୍କ ଭତ୍ତାରେ ପରିବାର ଚଳିବା କଷ୍ଟକର ହୋଇପଡିଛି । ଏବେ ଏହି ଦିବ୍ୟାଙ୍ଗ ପରିବାର ସରକାରଙ୍କ ସହାୟତା ଅପେକ୍ଷାରେ । କିନ୍ତୁ ଏହି ଦିବ୍ୟାଙ୍ଗ ପରିବାର ଉପରେ କେବେ ପ୍ରଶାସନର ନଜର ପଡୁଛି ତାହା ଭଗବାନଙ୍କୁ ହିଁ ଜଣା । ସରକାରଙ୍କ ନଜର ନପଡିବା ଆଗରୁ ମାନବିକତା ଦେଖାଇଛନ୍ତି ଲାଞ୍ଜିଗଡ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ପୂର୍ବତନ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଂଜୀବ ନାଏକ ସମେତ ସମାଜସେବି ହରିଶଙ୍କର ପାତ୍ର । ଏମାନେ ଦିବ୍ୟାଙ୍ଗ ସେନାପତିଙ୍କ ପରିବାରକୁ ସାକ୍ଷାତ କରି  ଶ୍ବାନ୍ତନା ଦେଇ କିଛି ରାସନ ସାମଗ୍ରୀ ସହିତ ଆର୍ଥୀକ ସହାୟତା କରିଛନ୍ତି ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.