ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହେଲା ଶ୍ରୀରାମ ଚରିତ ମାନସ କଥାମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ପ୍ରବଚକ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ପରମ ପବିତ୍ର ରାମକଥା । ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାସହ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ଆଜି ପ୍ରଥମ ଦିନରେ ଶ୍ରୀରାମ ଚରିତ ମାନସ ପାରାୟଣର ଶିବ ପାର୍ବତୀ ସମ୍ବାଦ ପରିବେଷିତ କରିଛନ୍ତି ଆଶିର୍ବାଦଜୀ ମହାରାଜ । ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତ ମଣ୍ଡଳୀ ତନ୍ମୟ ହୋଇ ସୁଣୁଛନ୍ତି ରାମ କଥା । ଆଜି ନଭେମ୍ବର ୩ ତାରିଖରୁ ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀରାମ ଚରିତ ମାନସ ଆରମ୍ଭ ହୋଇଥିବା ବେଳେ ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତହ୍ୟ ଅପରାହ୍ନ ୪ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ଶ୍ରୀରାମ ଚରିତ ମାନସ ପାରାୟଣ ହେବ । ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ଶିବ ପାର୍ବତୀ ସମ୍ବାଦ ସଂପନ୍ନ ହୋଇଥିବା ବେଳେ ଦ୍ୱିତୀୟ ଦିବସରେ ଶ୍ରୀ ରାମ ଜନ୍ମୋତ୍ସବ, ତୃତୀୟ ଦିବସରେ ଶ୍ରୀ ରାମ ଜାନକୀ ବିବାହ, ଚତୁର୍ଥ ଦିବସରେ ଶ୍ରୀ ରାମଙ୍କ ବନବାସ, ପଞ୍ଚମ ଦିବସରେ କୈବର୍ତ୍ତ ପ୍ରସଙ୍ଗ, ଷଷ୍ଠ ଦିବସରେ ସୁନ୍ଦର କାଣ୍ଡ, ଏବଂ ଶେଷ ଦିବସରେ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଭକ୍ତଙ୍କୁ ପ୍ରବଚନ ମାଧ୍ୟମରେ ଶୁଣାଇବେ କଥାବାଚକ ଆଶିର୍ବାଦଜୀ ମହାରାଜ ବୋଲି ପ୍ରକାଶ କରିଛନ୍ତି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁ ରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ଅଗ୍ରୱାଲ । ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶ୍ରଦ୍ଧାଳୁମାନେ ଯୋଗଦେଇ ରାମକଥା ଶ୍ରବଣ କରିଥିବାବେଳେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.