ନର୍ଲା ଚାରିଛକ ଶୁନଶାନ୍ : ବୁଥ୍ ରୁ ବୁଥ୍ ଘୁରି ବୁଲୁଛନ୍ତି ନେତା ଓ କର୍ମୀ, ମତଦାନ କେନ୍ଦ୍ରରେ ଭୋଟର

କଳାହାଣ୍ଡି,୧୧/୪ : କଳାହାଣ୍ଡି ଜିଲ୍ଲା ରାଜନୀତିରେ ପ୍ରମୂଖ ଭୂମିକା ନେଉଥିବା ନର୍ଲା ନିର୍ବାଚନ ମଣ୍ଡଳୀ ମତଦାନ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରାଜନୈତିକ ଆଲୋଚନାର ମୂଖ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ନର୍ଲା କଲେଜ ଛକ ଆଜି ମଧ୍ୟାନ୍ନରେ ଶୁନସାନ ହୋଇପଡିଥିଲା । ନାମାଙ୍କନ ପତ୍ର ଦାଖଲର ପରଠାରୁ ଗତକାଲି ପର୍ଯ୍ୟନ୍ତ ନର୍ଲା ଚାରିଛକ ରାଜନୈତିକ ଆଲୋଚନାର ହାଣ୍ଡିଶାଳା ପାଲଟିଥିବାବେଳେ ଆଜି ସକାଳୁ ମଧ୍ୟାନ୍ନ ପର୍ଯ୍ୟନ୍ତ ସ୍ଥିତି ଭିନ୍ନଥିଲା । ପାଣ୍ଡା ଚା ଦୋକାନରେ ଖଟି ନଥିଲା କି ଶେଷ ପାନ ଦୋକାନରେ ଭିଡ ନଥିଲା । ଏଠାରେ ଏକାଠି ହେଉଥିବା ବିଭିନ୍ନ ବର୍ଗର ଲୋକେ ନିଜ ନିଜ ମତଦାନ କେନ୍ଦ୍ରକୁ ଯାଇଥିବା ବେଳେ ନେତା ଓ କର୍ମୀ ମାନେ ବୁଥରୁ ବୁଥ୍ କୁ ଘୁରିବୁଲୁଥିବା ଦେଖାଯାଇଛି । ତେବେ ଆଜି ସଂଦ୍ଧ୍ୟାରେ ନର୍ଲା ଚାରିଛକରେ ରାଜନୈତିକ ଖଟି ପୂର୍ବବତ୍ ଚଳଚଞ୍ଚଳ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.