ସୋନପୁରରେ ପୁନଃ ଆୟୋଜିତ ହେବ ରାଷ୍ଟ୍ରୀୟ ନାଟ୍ ମେଳା

● ସ୍ନିଗ୍ଧା ଦାଶ ସମାଜସେବା କୋର୍ କମିଟିର କାର୍ଯ୍ୟକାରୀ ଆବାହିକା ମନୋନୀତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନୋଡାଲ ଏସୋସିଏସନ୍ ଫର୍ ଏମେଚ୍ୟୋର୍ ଥିଏଟର (ନାଟ୍)ର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଵର୍ଣ୍ଣ ପ୍ରୟାଗ ନିକଟସ୍ଥ ମହାନଦୀ ବାଲୁକା ଶଯ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ ର କାର୍ଯ୍ୟକାରୀ ସଭାପତି ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାୟ ୨୦ ଜଣ ନୂତନ ସଭ୍ୟଙ୍କୁ ସ୍ଵାଗତ କରାଯାଇଥିଲା। ସମସ୍ତ ସଭ୍ୟମାନଙ୍କୁ ନାଟର କାର୍ଯ୍ୟଧାରା ଉପରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅଧ୍ୟାପିକା ସ୍ନିଗ୍ଧା ଦାଶଙ୍କୁ ସମାଜସେବା କୋର କମିଟିର କାର୍ଯ୍ୟକାରୀ ଆବାହିକା ଭାବେ ମନୋନୀତ କରାଯାଇଥିଲା। କରୋନା ଯୋଗୁଁ ବିଗତ ଦୁଇ ବର୍ଷ ଧରି ବନ୍ଦ ଥିବା ରାଷ୍ଟ୍ରୀୟ ନାଟ୍ ମେଳାକୁ ଚଳିତ ବର୍ଷ ପୁନଃ ଆୟୋଜନ କରିବାକୁ ସଭ୍ୟମାନେ ସହମତି ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମାଜସେବା କ୍ଷେତ୍ରରେ ଅଟଳ ଦେୟମୁକ୍ତ ଅମ୍ଲଜାନ ସେବାର ସଫଳତା ବୟାନ କରିବା ସହ ଅନୁଷ୍ଠାନ ନିକ୍ଷୟ ମିତ୍ର ଭାବେ ସରକାରୀ ପଞ୍ଜିକୃତ ହୋଇ ସୁବର୍ଣ୍ଣପୁରର ସାତ ଜଣ ଯକ୍ଷ୍ମାରୋଗୀଙ୍କୁ ଅତିରିକ୍ତ ପୋଷଣ ଯୋଗାଇବାର ସୁଯୋଗ ପାଇଛି ବୋଲି କାର୍ଯ୍ୟକାରୀ ସଭାପତି ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସଂପାଦକ ବନମାଳି ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସାହିତ୍ୟ ସଂପାଦକ କବି ନରେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ଶୈଳେନ୍ଦ୍ର ବସ୍ତିଆ, ସଂସ୍କୃତି ସଂପାଦକ ଅବିନାଶ ହୋତା, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଆଶୁତୋଷ ମିଶ୍ର, କବି ଦିଲ୍ଲୀପ ମହାନ୍ତି, ଅଭିନେତା ସମୀର ସାହୁ, ଗାଳ୍ପିକ କ୍ଷିରୋଦ ବିଶ୍ଵାଳ, ପ୍ରଯୋଜକ ସନ୍ତୋଷ ମିଶ୍ର ପ୍ରମୁଖ ଅନୁଷ୍ଠାନର କାର୍ଯ୍ୟପନ୍ଥାକୁ ତ୍ଵରାନ୍ଵିତ କରିବା ପାଇଁ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ ସୁବର୍ଣ୍ଣପୁର ଓ ବୌଦ୍ଧ ସମେତ ଓଡିଶାର ଅନ୍ୟାନ୍ୟ ଜିଲ୍ଲାରୁ ପ୍ରାୟ ଅଶି ଜଣ ସଭ୍ୟ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନର କଳାକାରମାନେ ନୃତ୍ୟ ଓ ସଂଗୀତ ପରିବେଷଣ ସହ କବିତା ପାଠ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.