ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖାର ନୂତନ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ବୌଦ୍ଧ: ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖାର ସଭାପତି ରମଣୀ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ବୈଠକ ବଳାକିରା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟ ଦେବୀ ମାଁ ମାହେଶ୍ୱରୀଙ୍କ ଠାରେ ପୂଜାର୍ଚନା କରାଯାଇ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ ବାର୍ଷିକ ବିବରଣୀ ପଠନ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୋନପୁର ଜିଲ୍ଲା ପୂର୍ବତନ ସଭାପତି ଭୂଷଣ କୁମାର ପାତ୍ର, ନିର୍ବାଚନ ଅଧିକାରୀ ଭାବେ ସୂର୍ଯ୍ୟନାରାୟଣ ମହାକୁଡ଼ ଓ ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼ ଯୋଗଦେଇ ଜିଲ୍ଲା କମିଟି ପୁନଃ ଗଠନ କରିଥିଲେ । ନୂତନ ସଭାପତି ଭାବରେ ଶୀତାଂଶୁ ଶେଖର ମହାକୁଡ଼, ଉପସଭାପତି ସନ୍ତୋଷ କୁମାର ଦନ୍ତା ଓ ନବୀନ ମହାକୁଡ଼, ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ, ସହସମ୍ପାଦକ କାଶୀବିଶ୍ୱନାଥ କର୍ଣ୍ଣ ଓ ପ୍ରବୀର ମାହାର, କୋଷାଧ୍ୟକ୍ଷ ମନୋଜ କୁମାର ମହାକୁଡ଼, କାର୍ଯ୍ୟକାରୀ ସଦସ୍ୟ ରମଣୀ ରଞ୍ଜନ ପ୍ରଧାନ, ସତ୍ୟନାରାୟଣ ବଘାର, ଗୌର ପ୍ରଧାନ, ଧରଣୀଧର ଲଉରିଆ, ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼, ସୂର୍ଯ୍ୟନାରାୟଣ ମହାକୁଡ଼, ଜନ୍ମେଜୟ ପ୍ରଧାନ, କାଳନ୍ଦୀ ଖେତୀ, କାମିନୀ ମହାକୁଡ଼ ଏବଂ ରାଜ୍ୟପ୍ରତିନିଧି ବିଭୁ ପ୍ରସାଦ ଖେତୀ, ସୁଧୀର କୁମାର କର୍ଣ୍ଣ, ସୁଦାମ ଚରଣ ଖମାରି, ରମଣୀ ରଞ୍ଜନ ପ୍ରଧାନ, କୃତ୍ତିବାସ ପଲିଆ ଓ ପ୍ରଫୁଲ୍ଲ ମହାକୁଡ଼ଙ୍କୁ ମୋନାନିତ କରାଯାଇଛି । ସୁଧୀର କୁମାର କର୍ଣ୍ଣ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଦାଶରଥି ମହାକୁଲ, ରବି ଦେହେରୀଙ୍କ ସମେତ ବଲାକିରା କେନ୍ଦ୍ରର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.