ବାଲିଗୁଡାରେ ଗଠନହେଲା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠିତ ହୋଇଛି । ବାଲିଗୁଡାର ସର୍ବ ପୁରାତନ ସାହି ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ତିନୋଟି ୱାର୍ଡର ମୁଖିଆ ଏବଂ ଯୁବଗୋଷ୍ଠିଙ୍କୁ ନେଇ ଏହି ମଞ୍ଚ ଗଠନ ହେବାସହ ଏହାକୁ “ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ” ନାମରେ ନାମିତ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବେଶ କିଛି ବର୍ଷହେବ ବାଲିଗୁଡାରେ ଭ୍ରଷ୍ଟାଚାର ଅନ୍ୟାୟ ଅନୀତି ଏବଂ ଦାଦାଗିରି ବଢିଛି । ସରକାରୀ ଓ ବେସରକାରୀ ସ୍ତରରେ ଦୁର୍ନୀତି ପ୍ରିୟା ପ୍ରୀତି ତୋଷଣ ହେଉଛି । ବ୍ଲକ ତହସିଲ ଏବଂ ଏନଏସିରେ ଲାଞ୍ଚ ନ ଦେଲେ କିଛି କାମ ହେଉନି । କିଛି ଖଳ ପ୍ରକୃତିର ଲୋକ ପ୍ରଶାସନକୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରିଚାଲିଛନ୍ତି ତାକୁ ପ୍ରତିହତ କରିବା ଏବଂ ସହରରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନର ଆବାହକ ତଥା ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର କହିଛନ୍ତି ।

Udyog Nursery
Udyogi Nursery

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ଉପ ସଭାପତି ଭାବେ ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ ସାହୁ, ସହ ସମ୍ପାଦକ କଣ୍ଠେଶ୍ୱର ବାଘ, ପୂର୍ବତନ ସଭାପତି ଇନ୍ଦ୍ରମଣି ପାତ୍ର, ସମ୍ପାଦକ ମନୋରଞ୍ଜନ ବେହେରା, ପୂର୍ବତନ ଉପ ସଭାପତି ବିଶିକେସନ ବିଶିମାଝୀ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି, ରଂଜିତ ପଣ୍ଡା, ଜଗନ୍ନାଥ ସାହୁ, ମୃତ୍ୟୁଞ୍ଜୟ ପ୍ରଧାନୀ, ଦିଲ୍ଲୀପ ପାତ୍ର, କିଶୋର କୁମାର ପାଳ, ଶୁକଦେବ ନାୟକ, ଫିରୋଜ ନାୟକ, ଆମନ ଅଫତାବ, ସେଲେସ ନାୟକ, ଅର୍ଜୁନ ନାୟକ, ରଂଜିତ ଚୌଧୁରୀ, ସୁବ୍ରତ ପ୍ରଧାନୀ, ଧର୍ମେନ୍ଦ୍ର ପାତ୍ର, ଜଳେନ୍ଦ୍ର ପାତ୍ରଙ୍କ ସମେତ ଚାରିଶହରୁ ଉର୍ଦ୍ଧ ଯୁବକ ଏଥିରେ ସାମିଲ ହୋଇଥିଲେ । ଜାତି ଧର୍ମ ବର୍ଣ୍ଣ ଦଳ ମତ ଉର୍ଦ୍ଧ୍ବରେ ରହି ସଂଗଠନଟି କାମ କରିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.