କାହା ଝୁଲାରେ ପଡିବ ମୁସଲିମ୍ ଭୋଟ

ଏଥର ଗୁଜରାଟ ନିର୍ବାଚନରେ ବିଜେପିର ଭୋଟ କାଟିବା ଏବଂ ନିଜର ସ୍ଥିତିକୁ ଦୃଢ଼ କରିବା ପାଇଁ ବିରୋଧୀମାନେ ଗୁଜରାଟ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ପୂର୍ବଥର ଭଳି ଏଥର ମଧ୍ୟ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇନଥିବା ବେଳେ କଂଗ୍ରେସ ୬ ଜଣଙ୍କୁ ଟିକେଟ ଦେଇଛି । ସମସ୍ତ ୧୮୨ ଆସନରେ ଲଢ଼ୁଥିବା ଅରବିନ୍ଦ କେଜରିଓ୍ବାଲଙ୍କ ଦଳ  ଆପ ୨ ଜଣଙ୍କୁ ଟିକେଟ ଦେଇଥିବା ବେଳେ ଓବେସିଙ୍କ ଏଆଇଏମଆଇଏମ ଦଳ ୧୨ ଜଣ ମୁସଲିମଙ୍କୁ ଟିକେଟ ଦେଇଛି । ତେବେ ମୁସଲିମ ମତଦାତା ବିରୋଧୀଙ୍କ ମଧ୍ୟରେ କାହାକୁ ସମର୍ଥନ କରୁଛନ୍ତି ତାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । 

Omkar Vasthu
Omkar Vasthu

ନିର୍ବାଚନ ଅଙ୍କ ଅନୁସାରେ ୨୦୧୧ ଜନଗଣନା ଆଧାରରେ ଗୁଜରାଟରେ ପ୍ରାୟ ୧୦ ପ୍ରତିଶତ ମୁସଲମାନ ଭୋଟର ଅଛନ୍ତି। ମୁସଲିମ ବହୁଳ ବିଧାନସଭା ଆସନରେ ହାର ଜିତରେ ମୁସଲିମ ଭୋଟରଙ୍କ ଉପରେ ନିର୍ଭର କରୁଛି । ୩୦ଟି  ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା ୧୫ ପ୍ରତିଶତରୁ ଅଧିକ ରହିଛି । ସେହିପରି ୨୦ଟି ବିଧାନସଭା ଆସନରେ ମୁସଲିମ ଭୋଟରଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି । ଏହି ସବୁ ଆସନରେ କଂଗ୍ରେସ, ଆପ ଏବଂ ଓବେସିଙ୍କ ଦଳ ଜିତିବେ ବୋଲି ସେମାନେ ପ୍ରଚାର ବେଳେ କହୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଏଥର ଗୁଜୁରାଟରେ ମୁସଲମାନ ମତଦାତା କାହାକୁ ସମର୍ଥନ କରିବେ?

Pearl dental clinic
Near Ashish Medical Store, Bhawanipatna

ଅତୀତରେ ବିଜେପିର ପ୍ରତିଦ୍ବନ୍ଦ୍ବୀ ହିସାବରେ କଂଗ୍ରେସ ଥିବାରୁ ଦ୍ବିମୁଖୀ ଲଢ଼େଇ ହେଉଥିଲା । ଏବେ କିନ୍ତୁ ମୁସଲିମ ବହୁଳ ଇଲାକାରେ ତିନୋଟି ଦଳ ଭୋଟ ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ତେବେ ମୁସଲିମ ମତଦାତା କାହାକୁ ସମର୍ଥନ ଦେବେ? ମୁସଲିମ ଭୋଟ ପାଇଁ କଂଗ୍ରେସ, ଆପ୍, ଏଆଇଏମଆଇଏମ୍ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ କାହାର ପଲା ଭାରି ରହିବ? ଗୁଜୁରାଟରେ ମୁସଲମାନ ମତଦାତାଙ୍କ ମଧ୍ୟରୁ ଅଧିକାଂଶ ବିଜେପିକୁ ଭୋଟ ନଦେଇ କଂଗ୍ରେସ, ଆପ, ଓବେସିଙ୍କ ଦଳକୁ ଭୋଟ ଦେବା ଆଲୋଚନା ହେଉଛି ।  ୧୦ ପ୍ରତିଶତ ଭୋଟରଙ୍କ ଦୃଷ୍ଟିରୁ ବିଧାନସଭାରେ ପ୍ରାୟ ୧୮ ଜଣ ବିଧାୟକ ରହିବା କଥା । ତେବେ ଗୁଜୁରାଟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା କଦାପି ସାତରୁ ଅଧିକ ହୋଇନାହିଁ। ୨୦୧୭ ରେ, ତିନିଜଣ ମୁସଲମାନ ପ୍ରାର୍ଥୀ ଜିତିଥିଲେ ଏବଂ ବିଧାୟକ ହୋଇଥିଲେ। ଏହି ତିନିଜଣ କଂଗ୍ରେସ ଟିକେଟରେ ଜିତିଥିଲେ। ଅନ୍ୟପକ୍ଷରେ, ୨୦୧୨ ବିଧାନସଭା ନିର୍ବାଚନରେ ​​କେବଳ ଦୁଇଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

Udyog Nursery
Udyogi Nursery

ଭୁଜ ଏବଂ ଭରୁଚ ଜିଲ୍ଲାରେ ମୁସଲମାନମାନଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ। ଏଥି ସହିତ ଅହମ୍ମଦାବାଦର ଭେଜଲପୁର, ଦରିଆପୁର, ଜମାଲପୁର ଖାଡିଆ ଏବଂ ଡାନିଲିମଡା ଭଳି ଆସନରେ ମୁସଲମାନମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ପୂର୍ବରୁ ଦେଖାଯାଇଛି । ଗୁଜୁରାଟର ଜମାଲପୁର ଖାଡିଆ ହେଉଛି ଏକମାତ୍ର ଆସନ ଯେଉଁଠାରେ ମୁସଲମାନ ଭୋଟରମାନେ ୬୦ ପ୍ରତିଶତରୁ ଅଧିକ ଅଟନ୍ତି। ଏଠାରେ ମୋଟ ଭୋଟରଙ୍କ ମଧ୍ୟରୁ ୬୧ ପ୍ରତିଶତ ମୁସଲମାନ ଭୋଟର ପୂର୍ବଥର କଂଗ୍ରେସ ଜିତିଥିଲା ।  ଏହା ବ୍ୟତୀତ ଦାନିଲିମଦାଠାରେ ୪୮% ମୁସଲମାନ ଭୋଟର, ଦରିଆପୁରରେ ୪୬%, ୱାଗ୍ରା ରେ ୪୪%, ଭରୁଚରେ ୩୮%, ଭେଜଲପୁରରେ ୩୫%, ଭୁଜରେ ୩୫%, ଜମ୍ବୁସରରେ ୩୧%, ବାପୁନଗରରେ ୨୮% ଏବଂ ୨୬% ଲିମ୍ବାୟତରେ ମୁସଲମାନ ମତଦାତା ଅଛନ୍ତି  ।

୨୦୧୭ ରେ ସର୍ବାଧିକ ମୁସଲମାନ ଜନସଂଖ୍ୟା ବିଶିଷ୍ଟ ଏହି ଦଶଟି ଆସନ ମଧ୍ୟରୁ ପାଞ୍ଚଟି ଆସନ ବିଜେପି ଏବଂ ପାଞ୍ଚଟି ଆସନରେ  କଂଗ୍ରେସ ବିଜୟ ଲାଭ କରିଥିଲେ ।  ୨୦୧୨ ବିଷୟରେ କହିବାକୁ ଗଲେ ବିଜେପି ଏହି ଦଶଟି ଆସନ ମଧ୍ୟରୁ ଆଠଟି ଜିତିଥିଲା । ଯେତେବେଳେ କି, କଂଗ୍ରେସକୁ କେବଳ ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ​​କଂଗ୍ରେସ, ଆମ୍ ଆଦମୀ ପାର୍ଟି ଏବଂ ଓବେସିଙ୍କ ଦଳ ଦଳିତମାନଙ୍କ ଭୋଟକୁ ମଧ୍ୟ ଆଖିରେ ରଖି ପ୍ରଚାର କରୁଛନ୍ତି । ଦଳିତ ଭୋଟ ବିଜେପି ଏବଂ କଂଗ୍ରେସ ଭିତରେ ପୂର୍ବରୁ ବିଭାଜନ ହେଉଥିବା ଦେଖାଯାଉଥିଲା । ଗତ ୨୦ ବର୍ଷ ହେଲା ସବୁ  ନିର୍ବାଚନରେ ​​ମୁସଲମାନ ଭୋଟରଙ୍କ ଭୋଟ କଂଗ୍ରେସକୁ ଯାଇଥିଲା । ଯାହାର ଫାଇଦା କଂଗ୍ରେସ ପାଇଥିଲା । ଏପରିକି ଗତ ନିର୍ବାଚନରେ  ୭୭ଟି ଆସନରେ ଜିତିଥିଲା କଂଗ୍ରେସ । ଏଥର ଓବେସିଙ୍କ ଏଆଇଏମଆଇଏମ, ଆପ୍ ପ୍ରତିଯୋଗିତାରେ ଥିବାରୁ ଲଢ଼େଇ ଅଧିକ ଆକର୍ଷଣୀୟ ହେବ  ନିଶ୍ଚୟ । ଯଦି ମୁସଲମାନ ଭୋଟରେ ବିଭାଜନ ହୁଏ ତେବେ ଏହାର ଲାଭ ବିଜେପି ପାଇବ ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଥିବା ବେଳେ ଆପ କିନ୍ତୁ ଏଥର ସମସ୍ତଙ୍କୁ ଚକମା ଦେବ ବୋଲି  କହୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.