ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ଓଡିଶା ଚିତ୍ରାଳୟ ମାଲିକ ସଂଘର ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମ କକ୍ଷରେ ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ରାଜ୍ୟ ସଂପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଆସନ୍ତା ଡିସେମ୍ବର ମାସ ୩ୟ ସପ୍ତାହରେ ସଂଘର ବାର୍ଷିକ ବୈଠକ ଚିକିଟି ନିକଟସ୍ଥ ବାଳକୁମାରୀ ମନ୍ଦିର ନିକଟରେ ଅନୁଷ୍ଠିତ କରିବାକୁ ଘୋଷଣା କରିଥିଲେ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିରେନ ପାଢ଼ୀ, ବଳରାମ ମହାପାତ୍ର, ନୀଳମଣି ପଣ୍ଡା, ଲମ୍ବୋଦର ଦାଶ,ସନ୍ତୋଷ କୁମାର ଦାଶ,ବଂଶଧର ପରିଡ଼ା, ଯୋଗେନ୍ଦ୍ର ପ୍ରଧାନ, ସନ୍ତୋଷ ବେହେରା, କୃଷ୍ଣ ଚନ୍ଦ୍ର ଗୌଡ଼, ରଂଜନ ବେହେରା, ଦଣ୍ଡପାଣୀ ନାୟକ ଓ ମୂଳିଆ ବାରିକ ଉପସ୍ଥିତ ଥିଲେ। ଶେଷରେ ସଂଘ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ।