ନର୍ଲାରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ସମ୍ମେଳନ କକ୍ଷଠାରେ ଆଜି ସୋମବାର ଦିବା ୧୦ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ନିଜେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ମାନ ଶୁଣିବା ସହିତ ଅଭିଯୋଗ ପତ୍ର ସବୁ ଗ୍ରହଣ କରି ଏସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ବନ୍ୟାରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଉଠା ଜଳସେଚନ ପ୍ରକଳ୍ପର ମୋଟର ପମ୍ପ ଭାସିଯାଇଥିବା ସମସ୍ୟା, ପ୍ରବଳ ବର୍ଷାରେ ଘର ସବୁ ଉଜୁଡି ଯାଇଥିବା, ଚାଷର କ୍ଷୟକ୍ଷତି ହୋଇଥିବା ବିଷୟ. ବିଦ୍ୟୁତ ସମସ୍ୟା ଉପରେ ବିଶେଷ ଅଭିଯୋଗ ସବୁ ଆସିଥିବା ଦେଖିବାକୁ ମିଳିଥିଲା । ଏଭଳି ବିଭିନ୍ନ ବିଷୟ ଉପରେ ୧୪୯ ଜଣ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି କାର୍ଯ୍ୟ ତ୍ୱରାନ୍ୱୀତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମଟିକୁ ନର୍ଲା ବିଡିଓ ବାସନ୍ତୀ ସେଠୀ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ନର୍ଲା ଏବିଡ଼ିଓ ଦେବେନ୍ଦ୍ର ସାମଲ, ବିଏସଏସଓ ଶ୍ରୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଳାହାଣ୍ଡି ଏସପି ଅଭିଳାଷ ଜି ,ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସୁଶାନ୍ତ ପଟେଲ ପ୍ରମୂଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ନର୍ଲା ଶିବ ମନ୍ଦିର ର ଭୁ ସମ୍ପତି କିଛି ବ୍ୟକ୍ତି ବିଶେଷ ଜବର ଦଖଲ କରି ରଖିଛନ୍ତି । ନର୍ଲା ଶିବ ମନ୍ଦିର ପରିଚାଳନା କମିଟି ତ ଗଠିତ ହୋଇ ସାରିଛି । ଏଣୁ ଉକ୍ତ କମିଟିକୁ ନର୍ଲା ଶିବ ଭଗବାନ ଙ୍କ ନାମରେ ରହିଥିବା ସମସ୍ତ ଭୁ ସମ୍ପତି ହସ୍ତାନ୍ତର କରାଯାଉ ବୋଲି ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ ଜିଲ୍ଲାପାଳ ଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ସେହିଭଳି ସର୍ଗିଗୁଡା ସାନ୍ଦୁଲ ସେତୁ ନିକଟରେ ରହିଥିବା ଗ୍ରାମ ପଞ୍ଚାୟତ ର ଏକମାତ୍ର ଖେଳ ପଡିଆ ରେ ସରକାରୀ ଅଫିସ ନିର୍ମାଣ ପାଇଁ ଚିଠି ଆସିଥିବାରୁ ଜିଲ୍ଲା ପ୍ରଶାସନ ଏହି ଖେଳ ପଡିଆ ଟିକୁ ସୁରକ୍ଷା ଦିଅନ୍ତୁ । ସରକାରୀ ଅଫିସ କିମ୍ବା କୋର୍ଟ ଅନ୍ୟ ସକାରୀ ଜମି ରେ କରାଯାଉ ବୋଲି ସର୍ଗିଗୁଡା ଜଯଦୁର୍ଗା ସ୍ପୋରଟିଂ କ୍ଲବ ର ସଦସ୍ୟ ପ୍ରହଲ୍ଲାଦ ସେଠୀଙ୍କ ନେତୃତ୍ୱରେ ଅନ୍ୟାନ୍ୟ ସଦସ୍ୟ ମାନେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଳ,ନର୍ଲା ଫରେଷ୍ଟର ଭବାନୀ ନାଏକ, ଟାଟା ପାୱାର ଏସଡ଼ିଓ କମଲେଶ ପଧାନ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର , ନର୍ଲା ମେଡିକାଲ ଅଫିସର ସନତ କୁମାର ଶତପଥି, ନର୍ଲା ବିଏସ୍ଏସ୍ଓ ଶ୍ରୀ ବେହେରା, ଏମଆଇ ବିଭାଗ ନର୍ଲାର କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଆର୍ଡି ବିଭାଗର ଅଧିକାରୀ ବୃନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୃନ୍ଦ, ଅବକାରୀ ବିଭାଗର ଅଧିକାରୀ ମାନେ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଚିତ୍ରା ନନ୍ଦ ନାଏକ, ଆଲୋକ ନାଏକ ପ୍ରମୂଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଉପରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ନର୍ଲା ବ୍ଲକ ର ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସେରଗଡ଼ ସରପଞ୍ଚ ରାହୁଲ ସାହୁ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସରପଞ୍ଚ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ ପ୍ରମୂଖ ଉପସ୍ଥିତ ରହି ଅଭିଯୋଗ କାରୀଙ୍କୁ ସାହାଯ୍ୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ନର୍ଲା ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ୧୪୯ ଜଣ ଅଭିଯୋଗକାରୀ ଆସି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ନର୍ଲା ବ୍ଲକର ଉନ୍ନୟନ କାର୍ଯ୍ୟ ଦେଖିବା ପାଇଁ ନର୍ଲା ବିଡ଼ିଓ, ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ଅଧିକାରୀ ଓ ନର୍ଲା ବ୍ଲକର ଅଧିକାରୀ ମାନଙ୍କୁ ନେଇ ତୁଲାପଡା ଅଭିମୁଖେ ଯାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.