ସୁଜାନପୁରରେ କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନିପାଟଣା ବ୍ଲକ୍ ଅନ୍ତଗର୍ତ ସୁଜାନପୁର ଗ୍ରାମରେ କୁଲତା ଯୁବ ଶକ୍ତିର ଏକ ସାଂଗଠନିକ ବୈଠକ ଜିଲ୍ଲା ସଂଯୋଜକ ମୋତିଲାଲ ସାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା  ହରେକୃଷ୍ଣ ଭୋଇ, ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ, ଯୁବ ସମାଜସେବୀ  ଅମିତ କୁମାର ବିଶ୍ବାଳ ଅତିଥି ଭାବରେ ଯୋଗଦେଇଥିଲେ । ବୈଠକରେ କୁଲତା ଯୁବ ଶକ୍ତିର ବିଭିନ୍ନ ବିଭାଗ ଉପରେ ଆଲୋଚନା ହୋଇଥିଲା । ବିଶେଶକରି କୃଷି, ଶିକ୍ଷା, ବ୍ୟବସାୟ ଓ ଯୁବ ପିଢିର ଉର୍ନ୍ନତି ଉପରେ ଆଲୋଚନା କରାଯାଇଥିଲା । ନର୍ଲା ବ୍ଲକ୍ ଅନ୍ତର୍ଗତ ମାଣ୍ଡେଲ ଗ୍ରାମରେ ହେବାକୁ ଥିବା ଆଗାମୀ କୁଲତା ଯୁବ ସମ୍ମିଳନୀ ଉପରେ ବିଶେଷ ଆଲୋଚନା ହୋଇଥିଲା ଓ କିଭଳ ଭାବରେ ସଫଳ ଆୟୋଜନ ହେଇପାରିବ ସେ ବିଷୟରେ ଉକ୍ତ ଗ୍ରାମର ବୟୋଜ୍ୟେଷ୍ଠ ଜାତିଭାଇମାନେ ମତ ରଖିଥିଲେ ଏବଂ ଆଗାମୀ ଦିନରେ ସବୁକ୍ଷେତ୍ରରେ ଯୁବ ଶକ୍ତିକୁ ସାହାଯ୍ୟ ଓ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.