ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ସାହିତ୍ଯ ସଂସ୍କୃତି ସଂସଦ ଓଡିଶା ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ସମ୍ବର୍ଦ୍ଧନା ସଭା ଓ କବିତା ଆସର, ସମ୍ବଲପୁର ଠାରେ କଳାହାଣ୍ଡିର ବିଶିଷ୍ଟ କବି ସୁବୋଧ କୁମାର ଶତପଥୀ, କିଶୋର ଚନ୍ଦ୍ର ତ୍ରିପାଠୀ, ମୋହନ ଭଟ୍ଟ, ଭୁବନେଶ୍ୱର ପୁରୋହିତ, ଧବଳେଶ୍ଵର ପାତ୍ର, ପ୍ରିୟଦର୍ଶିନୀ ମିଶ୍ର, ମୋହନ ରାଓ ପାତ୍ର,ପ୍ରତାପ ପଣ୍ଡା, ଦିଲ୍ଲୀପ ନନ୍ଦି, ବାସନ୍ତୀ ସାହୁ, ଲକ୍ଷ୍ମୀ ପଟ୍ଟନାୟକ, ମଞ୍ଜୁଲତା ଦାଶ, ରୋନକ ପୁରୋହିତ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାନପତ୍ର ଓ ଉପଢୌକନ ଦେଇ କଳାହାଣ୍ଡିର କବି ଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କବି କବୟତ୍ରୀ ମାନଙ୍କୁ ସାହିତ୍ଯ ସାରଥୀ, ସାହିତ୍ଯ ସାଧକ ଏବଂ ସାହିତ୍ଯ ପ୍ରେମୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି ।