ବେଦାନ୍ତ ଆଲୁମିନିୟମ ମେକ ଇନ ଓଡ଼ିଶା ୨୦୨୨ରେ ପରିଦର୍ଶକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ

କମ୍ପାନିର ଷ୍ଟଲ ଜରିଆରେ ଏହାର କାର୍ଯ୍ୟ ବୈଶିଷ୍ଟ ଗୁଡ଼ିକୁ ପ୍ରଦର୍ଶିତ କରାଯିବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରାତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଭୁବନେଶ୍ଵରର ଜନତା ମଇଦାନରେ ଆୟୋଜିତ ମେକ ଇନ ଓଡ଼ିଶା ୨୦୨୨ ସମାରୋହରେ ଓଡ଼ିଶବାସୀଙ୍କୁ ଏହାର ଷ୍ଟଲ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରି ନିଜକୁ ସୌଭାଗ୍ୟ ମନେ କରୁଛି । ଓଡ଼ିଶାର ପୁଞ୍ଜି ନିବେଶ ଇଭେଟରେ କମ୍ପାନି ଏହାର ଉତ୍ପାଦନର ଉତ୍କର୍ଷତାକୁ ପୁଣିଥରେ ଉପସ୍ଥାପନ କରିବାକୁ ଅପେକ୍ଷା କରିଛି, ଯାହା ବିଶ୍ଵର ଉତ୍ପାଦନ ଲକ୍ଷ୍ୟସ୍ଥଳ ଭାବେ ରାଜ୍ୟ ପାଇଁ ବିକାଶର ସମ୍ଭାବନାକୁ ପ୍ରମାଣିତ କରୁଛି । ଏହା ମଧ୍ୟ ଏକ ଦୃଢ ଉତ୍ପାଦନ ଓ ଗୁଣାତ୍ମକ ଆଲୁମିନିୟମ ଯୋଗାଣ ଶକ୍ତି ଉପରେ ନିର୍ମିତ ଆତ୍ମନିର୍ଭର ଭାରତର ସପ୍ନକୁ ସାକାର କରିବାକୁ ପ୍ରୟାସୀ ।

Omkar Vasthu
Omkar Vasthu

ସମାରୋହରେ ବେଦାନ୍ତ ଷ୍ଟଲ ପରିଦର୍ଶକଙ୍କୁ ଏକ ରୋମାଂଚକର ଓ ଇମରସିଭ ବ୍ରାଣ୍ଡ ଅଭିଜ୍ଞତା ପ୍ରଦାନ କରିବ। ଅତୀତର କଳା ପ୍ରତିପୋଷଣ ଠାରୁ ଆରମ୍ଭ କରି ଭବିଷ୍ୟତର ଧାତୁରେ ବିନିଯୋଗ ପର୍ଯ୍ୟନ୍ତ ବିଷୟବସ୍ତୁ ସହିତ ଷ୍ଟଲ ହାଉସ ଭିଆର କେନ୍ଦ୍ର, କାରିଗର ଫଟୋଗ୍ରାଫ ଓ ଅନ୍ୟାନ୍ୟ ବସ୍ତୁ ନିଶ୍ଚିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଆକର୍ଷିତ କରିବ । ଛାତ୍ର, ସିଇଓ ବା ଗୃହ ନିର୍ମାଣକାରୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଏଠାରୁ ଏକ ସ୍ମରଣୀୟ ଅନୁଭୂତି ମିଳିପାରିବ । କଂପାନି ମଧ୍ୟ ବହୁ ଅଗ୍ରଣୀ ବିଦ୍ୟାଳୟ ଓ କଲେଜକୁ ବିଶେଷ ନିମନ୍ତ୍ରଣ କରିଛି ।

Pearl dental clinic
Near Ashish Medical Store, Bhawanipatna

ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ-ଚାରି ବର୍ଷ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ଆମେ ଆନନ୍ଦିତ । ଆମେ ଓଡ଼ିଶାର ଲୋକ, ଆମର ଗ୍ରାହକ, ଅଂଶୀଦାର ଓ ସମସ୍ତ ଶୁଭେଛୁମାନଙ୍କୁ ଆମର ଷ୍ଟଲ ପରିଦର୍ଶନ କରିବାକୁ ସାଦର ଆମନ୍ତ୍ରଣ କରୁଛୁ । ରାଜର ଜୀବନ୍ତ ସଂସ୍କୃତି, ଆଲୁମିନିୟମ ଉତ୍ପାଦନର ଜଟିଳ ପ୍ରକ୍ରିୟା ଓ ମେକ ଇନ ଇଣ୍ଡିଆର ଲକ୍ଷ୍ୟ ପୂରଣ ଦିଗରେ ଆମେ ବିଶ୍ବରେ କୀର୍ତି ସ୍ଥାପନ କରିବାକୁ ଆଶାୟୀ ।

Udyog Nursery
Udyogi Nursery

ବିଶ୍ବର ଯେକୌଣସି ସ୍ଥାନରେ ବେଦାନ୍ତର ବୃହତ ବିନିଯୋଗ ହେଉଛି ଓଡ଼ିଶାରେ । ସାରା ବିଶ୍ବରେ କମ୍ପାନିର ମେଗା ଆଲୁମିନିୟମ ସ୍ମେଲଟର ବିଶ୍ୱ ବ୍ୟାପୀ ସର୍ବ ବୃହତ ଏକକ ସ୍ମେଲଟର ଅଟେ । ବେଦାନ୍ତ ଆଲୁମିନିୟମ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏକ ବିଶ୍ବସ୍ତରୀୟ ଆଲୁମିନା ରିଫାଇନାରୀ ପ୍ରତିଷ୍ଠା କରିଛି। କମ୍ପାନି ଏହାର କାର୍ଯ୍ୟକ୍ରମରେ ଆଲୁମିନିୟମ ଉତ୍ପାଦଗୁଡ଼ିକର ବୃହତ ରେଜ ପ୍ରସ୍ତୁତ କରିଥାଏ, ଯାହାକି ଭାରତ ଓ ପ୍ରାୟ ୫୦ଟି ଦେଶର ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଥାଏ ।

ଏହି ପୁଞ୍ଜି ବିନିଯୋଗ ଓଡ଼ିଶା ଓ ଏହାର ଲୋକଙ୍କ ସହିତ ଦୀର୍ଘ ସଂପର୍କକୁ ମାନ୍ୟତା ଦେଇଥାଏ। ବେଦାନ୍ତ ଆଲୁମିନିୟମ ଏହି ସହଭାଗୀତାକୁ ଆଗାମୀ ବର୍ଷରେ ଅଧିକ ଉଚ୍ଚତାକୁ ନେବାକୁ ଚାହୁଁଛି। ଏଥିପାଇଁ ସମାରୋହରେ କମ୍ପାନିର ଏକ ପ୍ରମୁଖ ଘୋଷଣା ରହିଛି ଯାହା ଭାରତୀୟ ଆଲୁମିନିୟମ ଉଦ୍ୟୋଗ ପାଇଁ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବ ବୋଲି କଂପାନି ପ୍ରତିଶ୍ରୁତି ଦେଇଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍‌ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.