ଜିଲ୍ଲା ସ୍ତରୀୟ ସ୍ବେଛାଗ୍ରାହୀ ସଂଘଠନର କର୍ମକର୍ତ୍ତା ଚୟନ

ଓଡ଼ିଆବାର୍ତ୍ତା/ କଳାହାଣ୍ଡି (ହିରଣ୍ୟ ବେହେରା): ଗ୍ରାମାଞ୍ଚଳରେ ସ୍ବଛଭାରତ ମିଶନ ଅଭିଯାନରେ ବାହ୍ୟ ମଳମୁକ୍ତ ଗାଁ ଗଠନ ଓ ପରିବେଶ ସ୍ବଛତା, ପାଇଖାନା ନିର୍ମାଣ କାର୍ଯ୍ୟମାନଙ୍କରେ ମାଷ୍ଟର ଟ୍ରେନର ମାନଙ୍କୁ ସରକାର ଦାଇତ୍ୱ ଦେଇଥିଲେ ଏବଂ ପ୍ରମୁଖ ଭୂମିକା ରହିଥିବା ବେଳେ ବର୍ତମାନ ସରକାର ଏମାନଙ୍କୁ ଅଣଦେଖା କରୁଛନ୍ତି। ତେଣୁ ଜିଲ୍ଲା ସ୍ତରୀୟ ସଂଘ ମାଧ୍ୟମରେ ସ୍ବଚ୍ଛାଗ୍ରାହୀ ମାନଙ୍କର ବିଭିନ୍ନ ଦାବି ସରକାର ପାଖରେ ଉପସ୍ଥାପନ କରିବା ପାଇଁ ଆଲୋଚନା କରାଗଲା। ଆଗାମୀ ଦିନରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସଂଘ ଗଠନ କରାଯାଇ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି।

Omkar Vasthu
Omkar Vasthu

ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକର ସମସ୍ତ ସ୍ବଚ୍ଛାଗ୍ରାହୀ ମାନଙ୍କୁ ନେଇ ଭାବାନୀପାଟଣା କେ.ବି ଛକ ନିକଟସ୍ଥ କର୍ମଚାରୀ ଭବନ ପରିସରରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ
ସଭାପତି ଭାବରେ ତେଜରାଜ ଦୁରିଆ, ସଂପାଦକ ଚଣ୍ଡିଦାସ ସାହୁ, ଉପସଭାପତି କ୍ଷେତ୍ରମୋହନ ପଟ୍ଟନାୟକ, ସହସମ୍ପଦକ ନବକିଶୋର ବଚ୍ଛା, କୋଷାଧ୍ୟକ୍ଷ ବରୁଣ ବେମାଲଙ୍କୁ ମନୋନୀତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.