କୁକୁଡ଼ା ରାବ ଶୁଣି ରାଗିଗଲେ ମୋଦି, ଦେଲେ ଏଫଆଇଆର

ଓଡ଼ିଆ ବାର୍ତ୍ତା/ ଇନ୍ଦୋର: ସକାଳୁ ସକାଳୁ କୁକୁଡ଼ା ରାବ ଶୁଣିଲେ ନିଦ ଭାଙ୍ଗୁଥିଲା । ଅଳସ ଭାଙ୍ଗି ମଣିଷ ଦିନଚର୍ଯ୍ୟାରେ ଲାଗି ଯାଉଥିଲା । ହେଲେ ଆଜିକାଲି କୁକୁଡା ରାବ ତ ଶୁଣିବାକୁ ମିଳୁନି । ଯଦି ବା କେଉଁଠି ଶୁଣିବାକୁ ମିଳୁଛି ତାହା ଲୋକଙ୍କୁ ଅରୁଚିକର ଲାଗୁଛି, ବିରକ୍ତ କରୁଛି । ଏହି ବିରକ୍ତି ଏବେ ବିରାଟ ଗଣ୍ଡୋଗୋଳର ରୂପ ନେଇଛି  । କଥା ଯାଇ ପହଞ୍ଚିଛି ଥାନାରେ ।ପରିବର୍ତ୍ତିତ  ଜୀବନଶୈଳୀ  କାରଣରୁ ଅନେକ ସକାଳୁ ନିଦରୁ ଉଠିବା ପାଇଁ ପସନ୍ଦ କରୁ ନାହାନ୍ତି। ସକାଳୁ ସକାଳୁ କୁକୁଡ଼ା ଦେଖିବାକୁ ମିଳିଛି। ଠିକ ଏଇ ଡାକ୍ତରଙ୍କ ପରି । ଏଇ ଡାକ୍ତରଙ୍କ ନାମ ଆଲୋକ ମୋଦି ।  ସ୍ଥାନୀୟ କୈଳାସ ହସ୍ପିଟାଲରେ କାମ କରନ୍ତି  ଆଲୋକ ମୋଦି  । ମୋଦିଙ୍କ ପଡ଼ୋଶୀ ଜଣେ ମହିଳା କୁକୁଡାଓ କୁକୁର ପାଳିଛନ୍ତି ।  ସବୁଦିନ ସକାଳ ହେଲେ କୁକୁଡା ରାବ ଛାଡ଼ନ୍ତି । ଏହି ଡାକ ଶୁଣି ମୋଦିଙ୍କ ନିଦ ବି ଭାଙ୍ଗିଯାଏ ।ହେଲେ ସବୁଦିନ ସକାଳୁ ଉଠିବାକୁ ପଡ଼ିବାରୁ ବିରକ୍ତ ହୋଇଗଲେ ମୋଦି । କୁକୁଡ଼ା ରାବରେ  ଏତେ ବିରକ୍ତ ହୋଇ ପଡ଼ିଲେ ଯେ, ଏ ନେଇ ଥାନାର ଦ୍ୱାରସ୍ଥ ହେଲେ ।  ଆଲୋକଙ୍କ କହିବାନୁସାରେ, ତାଙ୍କ ପଡ଼ୋଶୀ ଅନେକଗୁଡ଼ିଏ କୁକୁଡ଼ା ପାଳିଛନ୍ତି। ସେ କାମ ସାରି ଘରକୁ ବିଳମ୍ବିତ ରାତିରେ ଫେରନ୍ତି । ତେଣୁ ସକାଳେ ଡେରିରେ ଉଠିବାକୁ ଚାହାନ୍ତି। ମାତ୍ର ପଡ଼ୋଶୀଙ୍କ ଘରେ ଥିବା କୁକୁଡ଼ାଙ୍କ ରାବରେ ପ୍ରତିଦିନ ଭୋରରୁ ତାଙ୍କ ନିଦ ଭାଙ୍ଗି ଯାଉଛି । ଏହା ଦ୍ୱାରା ତାଙ୍କର ସାରା ଦିନ ଖରାପ ହୋଇ ଯାଉଛି । ତେବେ, ଏହି ମାମଲାକୁ ନେଇ ପୋଲିସ ପ୍ରଥମେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବ ବୋଲି କହିଛି। ଯଦି ଏହାର ସମାଧାନ ନ ହୁଏ ତେବେ ସିଆର୍‌ପିସି ଧାରା ୧୩୩ ​​ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.