ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ସମବାୟ ସମିତି ଅଧୀନରେ ଥିବା ସରଗୁଲ ମାଳପଡା ପଞ୍ଚାୟତ ଚିନାବାଡି ଖେଳ ପଡିଆ ନିକଟରେ ଥିବା ଧାନ ଖଲା ଫଡ ଠାରେ ମଙ୍ଗଳବାର ଖରିଫ ଧାନ ପାଇଁ ମଣ୍ଡି ଉଦଘାଟିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧକ୍ଷ୍ୟା କୁନୀ ସାହୁ, ପ୍ୟାକ୍ସ ସଭାପତି ଗୋବର୍ଦ୍ଧନ ଭୋଇ, ତହସିଲଦାର ମିଲନ କୁମାର ଝାଙ୍କର ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚୌଧୁରୀ, ସରଗୁଲ ମାଳପଡା ସରପଞ୍ଚ ବରୁଣ ଛତ୍ରିଆ,ପ୍ୟାକ୍ସ ସମ୍ପାଦକ ଭବାନୀ ଶଙ୍କର ସାହୁ, ପ୍ୟାକ୍ସ ଡିଇଓ ଅଚୀନ ଷଡଙ୍ଗୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ମଣ୍ଡି ଉଦଘାଟନ କରିଥିଲେ। କର୍ଲାମୁଣ୍ଡା ପ୍ୟାକ୍ସ ଓ ରିଞ୍ଜା, ସରଗୁଲ ମାଳପଡା ଉପକେନ୍ଦ୍ର ମଣ୍ଡିରେ ୬ ଟି ମିଳର ସମଲେଶ୍ବରୀ ଫୁଡ ପ୍ରଡକ୍ଟର ୨୦ ହଜାର, ଜୟ ଜଗଦମ୍ବା ରାଇସର ୨୦ ହଜାର, ହରିପ୍ରିୟାର ଆଗ୍ରୋ ର ୧୩ ହଜାର, ବେହେରା ରାଇସ ମିଲର ୨୮୦୦, ଲକ୍ଷ୍ମିନାରାୟଣ ପେଡି ପ୍ରୋସେସିଂ ର ୧୮ ହଜାର ଓ ବାଲାଜି ଆଗ୍ରୋର ୧୮ ହଜାର ମୋଟ ୯୩ ହଜାର ୫୦୦ ଶହ ଟାର୍ଗେଟ ରହିଛି। ସମସ୍ତ ଚାଷୀଙ୍କ ଧାନ କେମିତି ଧାନ ବିକ୍ରି କରି ପାରିବେ, କଟନୀ ଓ ଧାନ ଉଠାଣ ପାଇଁ ଯେମିତି ଅସୁବିଧା ନହେବ ସେଥିପ୍ରତି ଧାନ କ୍ରୟ କରୁଥିବା ସଂସ୍ଥାକୁ ଉପସ୍ଥିତ ଚାଷୀ ଓ ଜନପ୍ରତିନିଧି ମାନେ ଅନୁରୋଧ କରିଥିଲେ।