ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ଓଡ଼ିଆବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବଡ଼ପୋଡ଼ାଗୁଡ଼ା ଓ ଲଡୁଗାଁ ଠାରେ  ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ବଡ଼ପୋଡ଼ାଗୁଡ଼ା ଠାରେ ଆମ୍ବେଦକର ଯୁବକ ସଂଘ ସଭାପତି ଚୂଡ଼ାମଣି ଦୁର୍ଗାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମେ ଅତିଥି ମାନେ ମଞ୍ଚାସୀନ ହେବାପର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନର ସାଧାରଣ ସମ୍ପାଦକ ତଥା ମହାସଚିବ ଜତିନ୍ଦ୍ର କର ଯୋଗଦେଇ ଥିଲେ। ମୂଖ୍ୟବକ୍ତା ଭାବରେ ସମାଜସେବୀ ରତ୍ନାକର ବେମାଲ, ସମ୍ମାନିତ ଅତିଥି ଅଭିଜିତ କର, କାର୍ତ୍ତିକ ନାଏକ, ନରହରୀ ସୁନା, ଧର୍ମୁ ଦୁର୍ଗା ପ୍ରମୂଖ ଯୋଗଦେଇ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମକୁ ଗଜିନ୍ଦ୍ର ନାଗ ପରିଚାଳନା କରିଥିଲେ। ଆମ୍ବେଦକର ଯୁବକ ସଂଘର ସମ୍ପାଦକ ପରମେଶ୍ବର ସୁନା, ଉପସଭାପତି ମହନ ଦୁର୍ଗା, ସହ ସମ୍ପାଦକ ଯୁଗଲ ଦୁର୍ଗା, କୋଷାଧ୍ୟକ୍ଷ ରବିନ୍ଦ୍ର ବାଗ, ଗୁପ୍ତେ ଦୁର୍ଗା, ଧ୍ବଜ କେତେକ ମଙ୍ଗରାଜ, ରୁଦ୍ର ନାଗ, ଠାକୁର ଚନ୍ଦ୍ର ନାଏକ, କୁନାଲ ତାଣ୍ଡି, ରୁଦ୍ର ପ୍ରସାଦ ଦୁର୍ଗା, କୃଷ୍ଣ ଚନ୍ଦ୍ର ଦୁରୀଆ, ହର୍ଷବର୍ଦ୍ଧନ ନାଗ ସମେତ ମହିଳାମାନେ ଉପସ୍ଥିତ ରହିଥିଲେ।

ସେହିପରି ଲଡୁଗାଁ ବାବାସାହେବ ପଡାରେ ଆମ୍ବେଦକର ମେମୋରିଆଲ ଆସେସିଏସନ୍ର ସଭାପତି ପ୍ରଧାନୀ ବାଗଙ୍କ ଅଧ୍ୟକ୍ଷତାରେ ଡ. ବାବା ସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ସରପଞ୍ଚ ନକୁଲ ନାଏକ ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବେ ଦେବାନନ୍ଦ ନାଏକ, ସମ୍ମାନିତ ଅତିଥି ଗରୁଡ ବାଗ, ଟୁନୁ ମହାନନ୍ଦ, ଅଧ୍ୟାପକ ଶଙ୍କର ସତନାମି, ପିତାମ୍ବର ମାହନନ୍ଦ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସଙ୍ଗଠନର ଉପସଭାପତି ମନୋଜ କୁମାର ନାଗ, ସଂପାଦକ ସୁଶୀଲ ଦୁର୍ଗା, ସହ ସମ୍ପାଦକ ଆକାଶ ପାଣିଗ୍ରାହୀ, ସୁକାନ୍ତ ମହାନନ୍ଦ, ବିଦ୍ୟାଧର ମହାନନ୍ଦ, ଆଲୋକ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.