ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ୍ ଫେଡେରେସନ୍ ପକ୍ଷରୁ ବାବାସାହେବଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଯୁଜରାଙ୍ଗ ଠାରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ୍ ଫେଡେରେସନ୍ ପକ୍ଷରୁ ବାବାସାହେବଙ୍କ ୬୭ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଏହାସହ  ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ୍ ଫେଡେରେସନ୍ କେସିଙ୍ଗା ବ୍ଳକ ତିନି ନମ୍ବର ଜୋନର ନୂତନ କମିଟି ଗଠନ କରାଯାଇଥିଲା। ପୂର୍ଣ୍ଣ ଚନ୍ଦ୍ର ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋପାଳ ସୁନା,ପଞ୍ଚାୟତ ସଭାପତି ଗୋକୁଲେଶ୍ଵର୍, କେଶୁଲାଲ୍ ତାଣ୍ଡି ମୁଖ୍ୟ ଅତିଥି ସରପଞ୍ଚ ଗୋକୁଲେଶ୍ଵର, ସମ୍ମାନିତ ଅତିଥି କୃଷ୍ଣ ଚନ୍ଦ୍ର ନାଗ,ଆଇନ ପରାମର୍ଶ ଦାତା ଏଓଏସସିଏଫ କେସିଙ୍ଗା, ଗୋପାଳ ନାଏକ, ଏକ ନମ୍ବର ଜୋନ ସଭାପତି, କୃତିବାସ ନିହାଲ, ତିନି ନମ୍ବର ଜୋନ ଉପ ସଭାପତି, ମୁଖ୍ୟ ବକ୍ତା ଶଙ୍ଖନାଦ ନାଏକ, ଅବସରପ୍ରାପ୍ତ ଏସବିଆଇ ଶାଖା ପରିଚାଳକ, ସମ୍ମାନୀତ ବକ୍ତା ଲବ୍ କରୁଅଁ,ଉପଦେଷ୍ଟା ଏଓଏସସିଏଫ କେସିଙ୍ଗା ବ୍ଲକ୍, ସମ୍ମାନିତ ବକ୍ତା ଆଞ୍ଜୁ କୁମାର,ସରପଞ୍ଚ ଚାଞ୍ଚେର,ତଥା ରାଷ୍ଟ୍ରୀୟ ମୂଳନିବାସି ଜିଲ୍ଲା ମହିଳା ସଂଘ ସଭାନେତ୍ରୀ, ଜୟ ପ୍ରକାଶ ଜାଲ,ଜିଲ୍ଲା ସମ୍ପାଦକ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ୍ ଫେଡେରେସନ୍ କଳାହାଣ୍ଡି, ବୈଦ୍ୟନାଥ ବେହେରା ବରିଷ୍ଠ ବିଚାର ବାଦୀ ମଞ୍ଚାସୀନ୍ ହୋଇଥିଲେ। ସଭାକୁ ପରିଚାଳନ କରିଥିଲେ କୁବେର କରୁଆଁ। ନୁତନ କମିଟି ସଭାପତି ଭାବେ ଯୁଧିଷ୍ଠିର ଭଗତ୍, କାର୍ଯକାରୀ ସଭାପତି ମନୋଜ୍ ବାଗ୍, ଉପସଭାପତି କୃତିବାସ ନିଆଲ୍, ଡମ୍ବରୁ କରୁଆଁ, ସହ ସମ୍ପାଦକ ରୂପାନ୍ତର ବିଶି, କୋଷାଧ୍ୟକ୍ଷ ନୂତନ କୁମାର୍ ନାଏକ ଓ ସଭ୍ୟରେ ଦୁଃଖି କୁମାର୍, ମନୁଦୁର୍ଗା, ସୁନିଲ ବିଶି, ବାବୁଲି ସୁନା, କଲିନ୍ଦ୍ର କରୁଆ, ପରିକ୍ଷିତ ବେହେରା, ଜୟଚନ୍ଦ୍ର ଦୁର୍ଗା ମନୋନୀତ ହୋଇଥିଲେ। ଏହି ଅବସରରେ ଉତ୍କେଲାର କଳାକାରମାନଙ୍କ ଦ୍ବାରା ଏକ ନାଟକ ପରିବେଷଣ ହୋଇଥିଲା। ଏଥିରେ ଜୁଜୁରାଙ୍ଗ ଗାଁ କମିଟିର ଶଙ୍କର, ନିଲକାନ୍ତ, ଦୁର୍ଯ୍ୟ, ନେପାଳ, ଆଦିତ୍ୟ, ଟିରଥ୍, ମଧୁ, ବିପିନ୍, ହେମନ୍ତ, ଗୋପାଳ ସାହାଯ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.