ବେହେରା ଠାରେ ସାମାଜିକ ସମରସତା ଅଭିଯାନ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଉପ ବଜାର ପ୍ରାଙ୍ଗଣ ବେହେରା ଠାରେ ଭାରତ ରତ୍ନ ଡ. ବି ଆର୍ ଆମ୍ବେଦକର ଙ୍କ ୬୬ତମ ପୂଣ୍ଯ ତିଥି ପାଳିତ ହେବା ସହ ସାମାଜିକ ସମରସତା ଅଭିଯାନ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବବିତା ପଟ୍ଟଯୋଷୀ ଅଧ୍ଯକ୍ଷା ପଞ୍ଚାୟତ ସମିତି ଧର୍ମଗଡ ଉଦଘାଟନ କରି ଦେଶ ଗଠନରେ ବାବା ସାହେବଙ୍କ ଭୂମିକା ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଶିଷ୍ଟ ଶିକ୍ଷାବିତ ସଞ୍ଜୟ କୁମାର ପୁରୋହିତ ମୂଖ୍ଯ ବକ୍ତା ଭାବରେ ଯୋଗଦାନ କରି ଗ୍ରାମାଞ୍ଚଳରେ ସଂଗଠନର ଏଭଳି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୁମୁଦିନୀ ଗଇଁତା ସରପଞ୍ଚ ବେହେରା, ଗୌଲୋଚନ ଗୋପାଳ ସରପଞ୍ଚ ତେଣ୍ଡାପାଲି, ଚନ୍ଦନ ବାରିକ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ନିର୍ମଳ ଚନ୍ଦ୍ର ନାୟକ ଅଧ୍ୟକ୍ଷ ଲଖୀରାମ ଅଗ୍ରୱାଲ କଲେଜ, ଅଧ୍ୟାପକ ମୋହନ ଚରଣ ବିଶି, ଶିକ୍ଷାବିତ୍ ଲଲିତ ନାଏକ, ସମାଜସେବୀ ଶୁଶୀଲା ଅଗ୍ରୱାଲ, ସୁମିତ୍ରା ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଡ. ପ୍ରଶାନ୍ତ କୁମାର ଦାସ, ଚିନ୍ମୟ ବେହେରା, ପ୍ରଭାତ ଦାସ, ସଞ୍ଜୀବ ଠାକୁର ପ୍ରମୂଖ ଯୋଗଦାନ କରି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଉପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରଚନା, ବକୃତା, ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମନୀତ ତଥା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ମହିଳା ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ସଂଗଠନ ସଭାପତି ଭବେଶ ଗଇଁତା ସଭାପତିତ୍ୱ କରିଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଭୁଜବଳ ନାଏକ ପୁରସ୍କାର ବିତରଣ ଉତ୍ସବକୁ ପରିଚାଲନା କରିଥିଲେ।

ଯୁବ ସଂଗଠକ ଅବିନାଶ ମୁଣ୍ଡ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରି ଏହି ଅଭିଯାନ ଆଗାମୀ ଅପ୍ରେଲ ୧୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ସମାଜରେ ଶାନ୍ତି, ପ୍ରଗତି, ମୈତ୍ରୀ, ଏକତା, ସମ୍ରୁଦ୍ଧି ଓ ସଂହତିର ବାର୍ତ୍ତା ଦେବ ବୋଲି ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବେହେରା, ତେଣ୍ଡାପାଲି ଓ ଜୟନ୍ତପୁର ଗ୍ରା.ପ.ର ସମସ୍ତ ଦିବ୍ୟାଙ୍ଗ ବ୍ଯକ୍ତି ମାନଙ୍କୁ ସଚେତନ କରାଯିବା ସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଇଂ ଦୀନେଶ ଜୈନ ଫାଉଣ୍ଡେସନ ପ୍ରଯୋଜନା କରିଥିଲେ। ସଂଗଠନ କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ ଧନ୍ଯବାଦ ଜ୍ଞାପନ କରିଥିବା ବେଳେ ଉପସଭାପତି ତରେଶ ବିଶି, ସହସମ୍ପାଦକ ଶୁଶିଳ ଚନ୍ଦ୍ର ନାଗ, ରୁପେଶ ନାଏକ, ରିଙ୍କୁ ବିଶି, ଇଶ୍ବର ବାଣୁଆ ସକ୍ରିୟ ଭାବେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.