ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପେନସନଗ୍ରାହୀ ସଂଘର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଚଣ୍ଡି ପ୍ରସାଦ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗ ଦେଇଥିଲେ। ଏହି ଅବସରରେ ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଅବସରପ୍ରାପ୍ତ କର୍ମଚାରୀ ଫକୀର ଚରଣ ଅଧିକାରୀ, ରାମ ପ୍ରସାଦ ନାଏକ ଓ ପରମେଶ୍ବର ଗୋପାଳଙ୍କୁ ଉପଢ଼ୌକନ ଦେଇ ଅତିଥି ସମ୍ଭର୍ଦ୍ଧନା କରିବା ସହ କର୍ମଚାରିଙ୍କ ଦାବି ମୁତାବକ ସ୍ବାସ୍ଥ୍ୟ ଭତ୍ତା ଦେବାପାଇଁ ବିଧାନ ସଭାରେ ଦାବି କରିବା ପାଇଁ ବିଧାୟକ ଶ୍ରୀ ବାଗ ପ୍ରତିଶ୍ରୁତି ଦେଇଥିଲେ। ବୈଠକରେ ଅଶୋକ ମାଝୀ, ଧବଳେଶ୍ଵର ନାଗ, କାଶିନାଥ ପୁଝାରୀ, ନବୀନ କୁମାର ଚଣ୍ଡି, କିର୍ତ୍ତନ ସବର, ବୁଟୁନାଥ ସରାବୁ, ଜୟଲାଲ ନାଏକ, କେଶବ ଚନ୍ଦ୍ର ନାଏକ, ସୋମନାଥ ରାଉତ, ଦୁର୍ଗା ଚରଣ ଚିନ୍ଦା, ବିଶ୍ବମ୍ବର ନାଏକ ପ୍ରମୁଖ ଯୋଗଦେଇ ଥିଲେ। ସମ୍ପାଦକ ମିନକେତନ ପ୍ରଧାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁକ୍ତେଶ୍ବର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।