କଳାହାଣ୍ଡି ଉତ୍ସବ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ଙ୍ଗରୀଗୁଡା ଖେଳ ପଡିଆରେ ପଞ୍ଚାୟତ ସମିତି କୋକସରା ଆନୁକୂଲ୍ୟରେ କଳାହାଣ୍ଡି ଉତ୍ସବ-୨୦୧୩ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଆଜି ପ୍ରଥମ ଦିନରେ ତିନୋଟି ପଞ୍ଚାୟତ ରେଙ୍ଗାଲପାଲି, ମୋଟେର, ଡାଲଗୁମାର ୬ ଗୋଟି ଦଳ ଭାଗ ନେଇଥିଲେ। ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୋଟେର ସରପଞ୍ଚ ବାସନ୍ତୀ ନାଏକ, ଡାଲଗୁମା ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ, ଡାଲଗୁମା ସମିତିସଭ୍ୟ ଚିନ୍ତାମଣି ଚଣ୍ଡୀ, ରେଙ୍ଗାଲପାଲି ସମିତି ମୁକ୍ତେଶ୍ଵର ନାଏକ, ୱାର୍ଡ ସଭ୍ୟ ଚତୁର୍ଭୁଜ ମାଝୀ, ମୋଟେର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖରସେଲ, ଦୁଷ୍ମନ୍ତ ସୁନାନୀ ଓ ତିନୋଟି ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ଖେଳାଳୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡ଼ଙ୍ଗରୀଗୁଡା ସ୍ପୋର୍ଟ୍ସ କ୍ଳବର ଅଭିଜ୍ଞ ଖେଳାଳୀ ବେଦାନ୍ତ ଭୋଇ, ଅଭୟ ଭୋଇ, କ୍ଷୀର ଭୋଇ ଓ ଖଗପତି ମାଝୀ ଖେଳ ପରିଚାଳନା ଓ ସହଯୋଗ କରିଥିଲେ। ଆସନ୍ତା କାଲି ମୂଷାପାଲି, ଡହଗାଁ ପଞ୍ଚାୟତ ଭାଗ ନେବାର କାର୍ଯ୍ୟକ୍ରମ ସହ ଉଦଯାପନୀ ହେବା ନେଇ ସୂଚନା ମିଳିଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.