ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଧର୍ମଗଡ଼ ବିଧାୟକଙ୍କୁ ୮ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନ୍ ଡାକରା କ୍ରମରେ ରାଜ୍ୟର ବିଭିନ୍ନ ବ୍ଳକରେ ଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡ଼ି କର୍ମୀ ଓ ସହାୟୀକା ମାନେ ୮ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ତେବେ ଧାରଣାଟି ୨୭ ଦିନରେ ପହଞ୍ଚିଥିବାବେଳେ ଶନିବାର କୋକସରା ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନେ ସ୍ଥାନୀୟ ତହସିଲ୍ କାର୍ଯ୍ୟାଳୟ ସାମ୍ନାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଥିଲେ। ପରେ କୋକସରା ବ୍ଲକ ବିଜେଡି କାର୍ଯ୍ୟଳୟରେ ପହଞ୍ଚି ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ୮ଦଫା ସମ୍ବଳିତ ଏକ ଦାବି ପ୍ରଦାନ କରିଛନ୍ତି। ବିଧାୟକ ବାଗ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ଅଙ୍ଗନୱାଡି ଓ ସହାୟୀକା ମାନଙ୍କ ଆନ୍ଦୋଳନ ଓ ଧାରଣା ଫଳରେ କୋକସରା ବ୍ଲକର ୧୬୭ ଅଙ୍ଗନବାଡ଼ି କେନ୍ଦ୍ର ରେ ତାଲା ଝୁଲୁଥିବାବେଳେ ପ୍ରି-ସ୍କୁଲ ବ୍ୟବସ୍ଥା, ଗର୍ଭବତୀ, ପ୍ରସୂତି, ବୃଦ୍ଧବୃଦ୍ଧା ଓ କୋମଳମତୀ ଶିଶୁମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ଆଦି ଠପ୍ ହୋଇଯାଇଛି। ଫଳରେ ହଜାର ହଜାର ହିତାଧିକାରୀ ଅଙ୍ଗନୱାଡି ସେବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ୮ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଜ ଜିଦ୍ ରେ ଅଟଳ ରହି ଅଙ୍ଗନବାଡି କର୍ମୀମାନେ ସରକାରଙ୍କୁ ଚାଲେଞ୍ଜ୍ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.