ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ଲିଙ୍ଗରାଜ ମିଶ୍ର): ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ଓଡିଶା ବିଧାନସଭା ସ୍ଥାୟୀ ଶିକ୍ଷା କମିଟିର ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କୁ ଆଜି ଶନିବାର ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ସାକ୍ଷାତ କରି ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ତଥା ଦାବୀ ଉପରେ ଆଲୋଚନା ପୂର୍ବକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ସଂଘର ଦାବୀ ଉପରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧି ମଣ୍ଡଳକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଂହ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଦୁଷ୍ମନ୍ତ ନାୟକ, ସଂଗଠନ ସମ୍ପାଦକ ପ୍ରଣୟ ଆନନ୍ଦ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଡଃ ଅଶ୍ୱିନୀ ସୂପକାର ଏବଂ କଳାହାଣ୍ଡି ଜିଲ୍ଲା ଉପ ସଭାପତି ଭୁବନ ଠାକୁର ପ୍ରମୁଖ ସମ୍ମିଳିତ ଥିଲେ।