ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କର୍ଲାପଡା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୪ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାଏକ ଯୋଗ ଦେଇଥିବା ବେଳେ ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ଚରଣ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସଭାପତି ରାମଚନ୍ଦ୍ର ଧଙ୍ଗଡା ମାଝୀ, ସମ୍ପାଦକ ବୃଷଭ ବାହନ ପ୍ରଧାନ, ସଙ୍କୁଳ ପ୍ରମୁଖ ଗଜେନ୍ଦ୍ର ସାହୁ ଯୋଗଦାନ କରିଥିଲେ। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ବିଜୁ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା। ଏଥିରେ ମୋଟ ୩୧୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ନାଗ କ୍ରୀଡା ପରିଚାଳନା କରିଥିବାବେଳେ ସୁଶାନ୍ତ ନାଏକ, ଅନୀତା ପ୍ରଧାନ, ଗୋବିନ୍ଦ ନାଏକ, ସଂଯୁକ୍ତା ରଥ, ଅଶ୍ଵିନୀ ପ୍ରଧାନ ଓ ସମସ୍ତ ଗୁରୁଜୀ ଗୁରୁମା, ଅବିଭାବକ, ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।





