କୋକସରା ବ୍ଳକ ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗସ୍ତରେ ଆସି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଧର୍ମଗଡ଼ ଉପଜିଲ୍ଲାପାଳ ବେଦ୍ ଭୁଷଣ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କୋକସରା ପହଞ୍ଚିବା ପରେ ବ୍ଳକ ପ୍ରଶାସନ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ଜୟ ଜଗନ୍ନାଥ ଛତୁ କ୍ଳଷ୍ଟର ପକ୍ଷରୁ କରାଯାଇଥିବା ଛତୁ ଚାଷ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ତେବେ ମହିଳା ମାନେ ଛତୁ ଚାଷକୁ ଆହୁରି ବୃଦ୍ଧି କରିବା ପାଇଁ ଗୃହ, ବିଦ୍ୟୁତ୍ ବ୍ୟବସ୍ଥା ଓ ପ୍ରଶିକ୍ଷଣ ପାଇଁ ଅନୁରୋଧ କରିଥିଲେ। ସେଠାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ଳକ ସଦର ମହକୁମା ଶିବ ମନ୍ଦିର ପରିସରରେ ଆଦର୍ଶ ଉତ୍ପାଦନ ଗୋଷ୍ଠୀଙ୍କୁ ସାକ୍ଷାତ କରିଥିଲେ। ଏବଂ ଗୋଷ୍ଠୀ ଦ୍ବାରା ତିଆରି ହୋଇଥିବା ଧୁପକାଠୀକୁ ଦେଖିଥିଲେ। ତେବେ ମହିଳାମାନେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ଶାସନ ସଚିବ ମଧ୍ୟ ସେ’ ସବୁ ଅନୁରୋଧ ଶୁଣିବା ସହିତ ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ଠାରୁ ଆମପାଣି ପଞ୍ଚାୟତର ଶିଳ୍ପୀଗ୍ରାମ କନ୍ଦାଗଡ ଅଭିମୁଖେ ବାହାରି ଥିଲେ। କନ୍ଧାଗଡ଼ ପହଞ୍ଚିବା ପରେ ପଞ୍ଚାୟତ ଓ ଗ୍ରାମବାସୀ ତାଙ୍କ ସ୍ବାଗତ କରିଥିଲେ। ପରେ କନ୍ଧାଗଡ଼ ଗ୍ରାମର ପଥର ଶିଳ୍ପୀ ମାନଙ୍କୁ ସାକ୍ଷାତ କରିଥିଲେ। ତେବେ ବରିଷ୍ଠ ଶିଳ୍ପୀ ଗୋବିନ୍ଦ ମାଝୀ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ କମ୍ୟୁନିଟି ହଲ୍, ବଜାର ବ୍ୟବସ୍ଥା, ପ୍ରଶିକ୍ଷଣ ଓ ବିଭିନ୍ନ ମେଳା ମହୋତ୍ସବରେ ପ୍ରଦର୍ଶନୀ କରିବା ପାଇଁ ସୁଯୋଗ ଓ ଅନୁମତି ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଏହି ଗ୍ରସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ କୋକସରା ବ୍ଳକ ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା, ଓଏଲଏମ୍ ସୁରେଶ ରାଉତ ସମେତ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.