ଜ୍ୱାଇଁକୁ ବୁଲଡୋଜର ଉପହାର ଦେଇ ଚର୍ଚ୍ଚାରେ ଶ୍ୱଶୁର

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି କନ୍ୟାର ପିତା । ତେବେ ସେହି  ଉପହାରଟି  ହେଉଛି ବୁଲଡୋଜର । ସୂଚନା ଅନୁଯାୟୀ, ହମିରପୁରର ଯୋଗେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବିବାହ କରିଥିଲେ। ଆଉ ଏହି ବିବାହ ଉତ୍ସବରେ ତାଙ୍କ ଶ୍ୱଶୁର ତାଙ୍କୁ ବୁଲଡୋଜର ଉପହାର ଦେଇଥିଲେ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ବେଲୁନ ଓ ଫୁଲମାଳ ଲଗାଯାଇଥିବା ବୁଲଡୋଜର। ତେବେ ଏହି ବୁଲଡୋଜର ଦେବା ପଛର କାରଣ ମଧ୍ୟ ରହିଛି  । ଯାହା ସମାଜ ପାଇଁ ଏକ ବାର୍ତ୍ତା  । ନବ ବିବାହିତ ଦମ୍ପତିଙ୍କ ପାଇଁ ବିଳାସପୂର୍ଣ୍ଣ କାର ବଦଳରେ ଜେସିବି ଦେବା ପଛର କାରଣ ପଚରାଯିବାରୁ କନ୍ୟାର ପିତା ପର୍ଶୁରାମ କହିଛନ୍ତି ଯେ ତାଙ୍କ ଝିଅ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛନ୍ତି  । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ସେ ବୁଲଡୋଜର ବ୍ୟବହାର କରି ଟଙ୍କା ରୋଜଗାର କରିପାରିବେ। ଏହି ସମୟରେ ଜ୍ୱାଇଁ ଯୋଗେନ୍ଦ୍ର ମଧ୍ୟ କହିଛନ୍ତି, ଏହା ଅନ୍ୟମାନଙ୍କ ପାଇଁ ଚାକିରି ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଥିଲା  । ମୋ ଶ୍ୱଶୁର ଆମ ବିବାହରେ ଏହି ବୁଲଡୋଜରଟିକୁ ଉପହାର ଦେଇଛନ୍ତି । ଯାହା ଆମ ଜିଲ୍ଲା ପାଇଁ ନୂତନ ପଦକ୍ଷେପ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.