ଉଦଯାପିତ ହେଲା ଲାଞ୍ଜିଗଡ଼ରୋଡ଼ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଟ୍ରଫି ହାତେଇଥିଲା ତୁଳାପଡ଼ା ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଲାଞ୍ଜିଗଡ଼ରୋଡ଼ ସ୍ପୋର୍ଟସ ଆସୋସିଏସନ୍ ପକ୍ଷରୁ ସିକେରକୁପା ଖେଳପଡିଆ ଠାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଆଜିର ଫାଇନାଲ ମ୍ୟାଚରେ ତୁଳାପଡା ଓ ରାମଜୀପଡା ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଫାଇନାଲ ମ୍ୟାଚରେ ରାମଜୀପଡାକୁ ୨-୧ ଗୋଲରେ ହରାଇ ତୁଳାପଡା ଟ୍ରଫି ହାତେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଶ୍ଵନାଥପୁର ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ କୁମାର ରାୟ, ସମ୍ମାନତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ଗୁରୁ, ପୂର୍ବତନ  କମର୍ଦ୍ଧା ସରପଞ୍ଚ ହରିଶ୍ଚନ୍ଦ୍ର ବୁଦ୍ଧିଆ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ଗଉଡ଼, ପାହାଡପଦର ସମିତି ସଭ୍ୟ ଜଗଦୀଶ ବେନିଆଁ, ଲାଞ୍ଜିଗଡ଼ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ସମାଜସେବୀ ସୁବାଷ ଅଗ୍ରୱାଲ, ପାତ୍ର ମାଝୀ, ଅଜିତ ପ୍ରଧାନ, ସୈାରଭ ପାତ୍ର, କୁନା ପରିଡ଼ା, ସୁଭନ ଭୋଇ, ଅୟା ରାଜୁ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ଗୋବର୍ଦ୍ଧନପୁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ପିଇଡବଲ୍ୟୁ ମିଡ଼ିଆ ଆସୋସିଏସନ୍ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ବି ତିରୁପତି ପାତ୍ର, ସନ୍ତୋଷ କୁମାର ତୁଳ, ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ଲାଞ୍ଜିଗଡ଼ରୋଡ଼ ପୂର୍ବତନ ସରପଞ୍ଚ ସୁର୍ଯ୍ୟକାନ୍ତି ମାଝୀ, ପୂର୍ବତନ ସମିତି ସଭ୍ୟ କନୈଜ କୁମାର ରାଉତ, ବରିଷ୍ଠ ନାଗରିକ ଦିପକ କୁମାର ମହାପାତ୍ର, ନିରଞ୍ଜନ ପାତ୍ର, ନାଭି ଗହୀର, ଜୀବନ କର, ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚକୁ ରେଫରୀ ଭାବେ କିଶୋର କୁମାର ଘଡ଼େଇ,କୀର୍ତ୍ତି ସାହୁ ଓ ବୁଲୁ ସୁନା ପରିଚାଳନା କରିଥିଲେ। ଏସୋସିଏସନ ସଭାପତି ଟଙ୍କଧର ମାଝୀ, ସମ୍ପାଦକ ନେପାଳ ମାଝୀ, ତୁଷାରକାନ୍ତ ମାଝୀ, ଲିଙ୍ଗରାଜ ପାଢି, ରାକେଶ ମାଝୀ, ସିତୁ ମହାକୁଡ଼, ଅଜୟ ଗହିର, ସୁରଜ୍ ବାହାଦୁର, ଆଜାଦ ଶବର, ଜିତୁ ମହାକୁଡ଼ ବିଭାର, ମକରନ୍ଦ ବଗର୍ତ୍ତି, ଯୁଗେଶ୍ଵର ଗହିର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ଓକିଲ ସେନାପତି ଓ ସାଗର ତ୍ରିପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରବୋର୍ଡ ଦାଇତ୍ୱରେ ଟୁଲୁ ମାଝୀ ରହିଥିବା ବେଳେ ଏହି ଫାଇନାଲ ମ୍ୟାଚରେ ହଜାର ହଜାର ଖେଳ ପ୍ରେମୀ ଖେଳର ମଜା ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.