ବୁଢ଼ାରଜା ହାଇସ୍କୁଲର ବାର୍ଷିକ କ୍ରିଡ଼ା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ମୁଖ୍ୟ ବକ୍ତା ଭାବରେ ଲଡୁଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁ, ସମିତି ସଭ୍ୟା ନର୍ତ୍ତକି ଦଣ୍ଡସେନା, ସ୍କୁଲ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ନାଏକ, ନେଗୀଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ଆଲୁମିନୀ ପରିବାରର ସଦସ୍ୟ ପର୍ଶୁରାମ ଦୁର୍ଗା, ପ୍ରଶାନ୍ତ ପଣ୍ଡା, ବିଜୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ତଲାଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାମ୍ବର ଦାସ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ୧୦୦ ଓ ୨୦୦ ମିଟର ଦୈାଡ, ସ୍ଳୋ ସାଇକେଲ, ଲମ୍ବଡିଆଁ, ଉଚ୍ଚଡିଆଁ, ସର୍ଟପୁଟ୍, ଡିସକସ ଥ୍ରୋ, ପଟାଟୋ ରେସ, ମ୍ୟୁଜିକ ଚେୟାର ଆଦି ଖେଳ କୁଦରେ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୁରାତନ ଏମବିବିଏସ୍ ଛାତ୍ର ଦିନେଶ କୁମାର ଦାସଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ବିଶ୍ବମ୍ବର ଧ.ମାଝୀ ଓ ଲୋକନାଥ ରାଉତ ସମେତ ଶିକ୍ଷକ ସୁରଜ୍ ତାଣ୍ଡି, ବରିଷ୍ଠ ଶିକ୍ଷକ ଅଶ୍ଵିନୀ କୁମାର ଦାସ, ଅମୁଲ୍ୟ କୁମାର ନାଏକ, ଲିଜୟା ନନ୍ଦ ସାହୁ, ତପନ କୁମାର ମେହେର, ଦୟାସଂ ନାଏକ, ସୁରେନ୍ଦ୍ର ଗଣ୍ଡ, ସରୋଜ କୁମାର ପଡିହାରୀ, ମନ୍ଦାକିନୀ ନାଏକ, ଗୋପବନ୍ଧୁ ନାଏକ, ନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.