ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ; ୩ୟ ଥର ପାଇଁ ବିଶ୍ବ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସତ ହେଲା ଲିଓନେଲ ମେସିଙ୍କ ସ୍ବପ୍ନ । ୨୦୧୪ରେ ପରାଜୟର ସ୍ୱାଦ ଚାଖିଥିବା ମେସିଙ୍କ ଟିମ ଫିଫା ୱାର୍ଲଡ କପ ଇତିହାସରେ ସବୁଠାରୁ ରୋମାଞ୍ଚକର ଫାଇନାଲରେ ଫ୍ରାନ୍ସକୁ ୩-୩ ସ୍କୋରରେ ବରାବର ରହିବା ପରେ ବି ପେନାଲଟି ଶୁଟରେ ୪-୨ ଗାଲରେ ହରାଇଛି । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଚାଲିଥିଲା ଫାଇନାଲ ମ୍ୟାଚ ।   ଫାଇନାଲ ମ୍ୟାଚରେ ହୋଇଥିଲା ଜବରଦସ୍ତ ଫାଇଟ୍।  ଫ୍ରାନ୍ସ ଓ ଆର୍ଜେଣ୍ଟିନା  ମଧ୍ୟରେ କାଣ୍ଟେ କି ଟକ୍କର। ନିର୍ଦ୍ଧାରିତ ସମୟ ପରେ ମଧ୍ୟ  ଉଭୟ ଦଳ ୨-୨ଗୋଲ ସ୍କୋର କରି ବରାବର ରଖିଥିଲେ । ଏହା ପରେ ମିଳିଥିଲା ଅତିରିକ୍ତ ସମୟ ।ଏହି ଅତିରିକ୍ତ ସମୟ ଭିତରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଗୋଲ ଦେଇଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଏମ୍ବାପ୍ପେ ଏକ ଗୋଲ ଦେଇ ଖେଳକୁ ବରାବର ସ୍ତରକୁ ଆଣିଥିଲେ। ଶେଷରେ ପେନାଲ୍ଟି ସୁଟ୍‌ ଆଉଟରେ ଫଳାଫଳ ବାହାର କରାଯାଇଥିଲା। ଆର୍ଜେଣ୍ଟିନା ପ୍ରଥମ ହାଫର ପ୍ରଦର୍ଶନର ଭଲ ଥିଲା ।‌ ମେସିଙ୍କ ନେତୃତ୍ବରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ।  ୨୦ ମିନିଟ ଯାଏଁ  ଜୋରଦାର ଲଢ଼େଇ ହୋଇଥିଲା।  ୨୩ତମ ମିନିଟରେ ପେନାଲ୍ଟି ସୁଟରେ ଲିଓନେଲ ମେସି ଦଳ ପାଇଁ ପ୍ରଥମ ଗୋଲ ଦେଇଥିଲେ।  ୩୬ତମ ମିନିଟରେ ଆର୍ଜେଣ୍ଟିନାର ଡି ମାରିଆ  ମ୍ୟାଚର ୨ୟ ଗୋଲ ଦେଇ ଟିମ୍‌କୁ ୨-୦ରେ ପହଂଚାଇଥିଲେ। ତାଙ୍କୁ ଏଲେକ୍ସିସ ମ୍ୟକଏଲିଷ୍ଟର ବଲ୍‌ ପାସ୍‌ କରିଥିଲେ। କିନ୍ତୁ ଗୋଲକିପର ଲରିସ ବଲକୁ ଧରି ପାରି ନ ଥିଲେ ।  ତେବେ ଫ୍ରାନ୍ସର ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ଏମ୍ବାପେ ୮୦ ଓ ୮୨ତମ ମିନିଟରେ ଡବଲ୍ ଗୋଲ୍ ଦେଇଥିଲେ । ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା ୪-୨‌ରେ ମ୍ୟାଚ ଜିତିଛି। ଏଥିସହିତ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ବପ୍ନ ପୂରା କରିଛି।   ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଜେତା ହୋଇଥିଲା। ସେହିପରି ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିଅନ୍‌ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.