ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସମାଜ ସଂସ୍କାର ସହ ଆବଶ୍ୟକତା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ସମୟରେ ସହଯୋଗ କରି ମାନବିକତାର ଶ୍ରେଷ୍ଠ ନିଦର୍ଶନ ସୃଷ୍ଟି କରି ଆସୁଛନ୍ତି ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ଓ ୟୁଥ ରେଡ଼କ୍ରସ। ଏହି ଦୁଇ ସଂଗଠନ ମିଳିତ ଆନୁକୂଲ୍ୟରେ ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ସହ ସ୍ଥାନୀୟ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି। କଲେଜ ଅଧ୍ୟକ୍ଷ ଡ଼.ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଶିବିରରେ ସମାଜସେବୀ ସାରଳା ପ୍ରସାଦ ପାଢ଼ୀ, ରାଧେଶ୍ୟାମ ଶର୍ମା, ଅଶୋକ ଅଗ୍ରୱାଲ, ଦୁର୍ଗାପ୍ରସାଦ ଅଗ୍ରୱାଲ, କମଳ ଅଗ୍ରୱାଲ, ପୂର୍ବତନ ସଭାପତି ସଂଜୀବ ଠାକୁର ପ୍ରମୁଖ ମଞ୍ଚାସିନ ଥିଲେ। ଅର୍ଗନାଇଜେସନର ଜିଲ୍ଲା ସଂଯୋଜକ ବସନ୍ତ ନାଏକ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିଲେ। ଲଡ଼ୁଗାଁ ଗ୍ରାମପଞ୍ଚାୟତରୁ ଆସିଥିବା ପ୍ରାୟ ଅଶିରୁ ଉର୍ଦ୍ଧ ଦିବ୍ୟାଙ୍ଗଙ୍କୁ ଶୀତ ବସ୍ତ୍ର ବଣ୍ଟନ ସହ ସରକାରଙ୍କ ଜନହିତକାରୀ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ସଚେତନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଅବିନାଶ ମୁଣ୍ଡ ମଞ୍ଚ ପରିଚାଳନା କରି ଆଗାମୀ ଦିନରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି। ଅଧ୍ୟାପକ ତଥା ଯୁବ ରେଡକ୍ରସ ପରାମର୍ଶଦାତା ସଞ୍ଜୟ ପୁରୋହିତ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ନିଭେଇ ଥିଲେ। ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ଅଧ୍ୟାପକ ହେମନ୍ତ କୁମାର ସେନାପତି, ପ୍ରେମାନନ୍ଦ ସାହା,ପ୍ରଶାନ୍ତ ଯୋଶୀ, ଖେଳ ଶିକ୍ଷକ ବୀରେନ୍ଦ୍ର ନାରାୟଣ ଦାଶ, ଭାରତ ଭୂଷଣ ଠାକୁର, ଶଙ୍କର ଶତନାମୀ, ଭାଗବତ କଟା, ସମେତ କଲେଜର ଛାତ୍ର ଛାତ୍ରୀ, ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।