ଟ୍ୱିଟର ସିଇଓ ରହବା ଉଚିତ କି ନୁହେଁ ? ୟୁଜର୍ସ ପୋଲରେ ରାୟ ମାଗିଲେ ଏଲନ ମସ୍କ

ଓଡ଼ିଆ ବାର୍ତ୍ତା/ ନ୍ୟୁୟର୍କ: ଏଲନ ମସ୍କ ନିକଟରେ ଏକ ପୋଲ ଟୁଇଟ କରିଛନ୍ତି । ସେ ଟୁଇଟର ସିଇଓ ପଦରେ ରହିବା ଉଚିତ କି ନୁହେଁ ତାହାର ନିଷ୍ପତ୍ତି ନେବାକୁ ସେ  ୟୁଜର୍ସଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି । ସେ ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ପୋଲରେ ଯାହା ପରିଣାମ ଆସିବ ସେ ତାହାର ପାଳନ କରିବେ । ଟୁଇଟରରୁ ହଜାର ହଜାର  କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ଆଉ କେତେକ ବିବାଦୀୟ ବ୍ୟକ୍ତିତ୍ୱ ତଥା ସଂଗଠନ ଉପରୁ କଟକଣା ହଟାଇବା ପରେ ଚର୍ଚ୍ଚାକୁ ଆସିଥିଲେ ମସ୍କ । ମସ୍କ ପ୍ରଥମରୁ କହିଥିଲେ, ଟୁଇଟର ସିଇଓ ପଦରେ ସେ ବେଶୀ ସମୟ କାମ କରିବାକୁ ଚାହାନ୍ତି ନାହିଁ । ତେଣୁ ମସ୍କ  ଟୁଇଟର ଦାୟିତ୍ୱ ଆଉ କାହାକୁ ହସ୍ତାନ୍ତର କରିପାରନ୍ତି ବୋଲି ତାଙ୍କର ଏହି କଥାରୁ ଅନୁମାନ କରାଯାଉଥିଲା  । ଏବେ ମସ୍କ ଏକାଧିକ ସଂସ୍ଥା ଯେମିତି ଟେସଲା ଇଙ୍କ, ସ୍ପେସଏକ୍ସ, ଦ ବୋରିଂ କମ୍ପାନୀ, ନ୍ୟୁରାଲିଙ୍କ ଏବଂ ମସ୍କ ଫାଉଣ୍ଡେସନର ସିଇଓ ଅଛନ୍ତି । ତେଣୁ ଏସବୁ ଭିତରେ ସେ ଅନ୍ୟସବୁ କମ୍ପାନୀକୁ ଅଣଦେଖା କରୁଛନ୍ତି ବୋଲି ଆଲୋଚନା ହେଉଥିଲା ।


Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.