ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଧବଳେଶ୍ଵର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରି ପକ୍ଷରୁ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶୁକଦେବ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ଉପ ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସହ ସମ୍ପାଦକ ଦିବାକର ସାହୁ, ସୁଦାମ ସେଠ, ସୁନୀଲ ଭୋଇ, ସ୍ଵପ୍ନେଶ୍ଵର କର୍ମୀ, ଧର୍ମେନ୍ଦ୍ର ପଧାନ, ନୀଳମାଧବ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଆଠ ଗୋଟି ଜିଲ୍ଲାକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଲଷ୍ମୀକାନ୍ତ ବେହେରା ପ୍ରକାଶ କରିଛନ୍ତି ।