ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୬୨ଲକ୍ଷ ୨୨ହଜାର ଟଙ୍କା ସହ ସୁନାରୂପା ଅଳଙ୍କାର

ଓଡ଼ିଆ ବାର୍ତ୍ତା/ ରାୟଗଡ଼ (ଶିବ ନାରାୟଣ ଗୈାଡ): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରର ୮ଗୋଟି ଦାନହୁଣ୍ଡି ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲାଯାଇଥିଲା । ଦାନହୁଣ୍ଡିରୁ ନଗଦ ୬୨ ଲକ୍ଷ ୨୨ହଜାର ୫୯ ଟଙ୍କା ଆଦାୟ ହୋଇଥିବା ବେଳେ ୪୬ ଗ୍ରାମ ସୁନା ଓ ୧ କେଜି ୭୭୫ଗ୍ରାମ ରୁପା ଅଳଙ୍କାର ସହ ୩ଟି ପୁରୁଣା ୧ହଜାର ଓ ୫ଟି ୫ଶହ ଟଙ୍କା ନୋଟ ସହ ୧୨ଟି ବିଦେଶୀ ଡଲାର ମୁଦ୍ରା ମିଳିଥିବା ମନ୍ଦିର ଟ୍ରଷ୍ଟି ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଅଗଷ୍ଟ ମାସ ୨୪ତାରିଖରେ ଶେଷ ଥର ହୁଣ୍ଡି ଖୋଲାଯାଇଥିଲା । ଉକ୍ତ ସମୟରେ ଦାନ ହୁଣ୍ଡିରୁ ୧କୋଟି ୧ଲକ୍ଷ ୨୩ହଜାର ୩୮୦ଟଙ୍କା ନଗଦ ଆକାରରେ ମିଳିବା ସହ ୧୦୪ଗ୍ରାମ ସୁନା ଓ ୨କେଜି ୬୭୯ଗ୍ରାମର ରୂପା ଅଳଙ୍କାର ଓ ବିଦେଶୀ ମୁଦ୍ରା ମିଳିଥିଲା । ଏବେ ପୁଣି ୪ମାସ ପରେ ଆଜି ହୁଣ୍ଡିଗୁଡିକ ଖୋଲାଯାଇଛି। ଦାନହୁଣ୍ଡିରୁ ଆଦାୟ ହୋଇଥିବା ନଗଦ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବ ବୋଲି ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି । ଏହି ନଗଦ ଟଙ୍କା ଗଣତିରେ ଜେକେପୁର ଭେଙ୍କେଟେଶ୍ୱର ମନ୍ଦିର ସେବାୟତ, ରାୟଗଡା ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ସଦସ୍ୟ, ସାଇ ମନ୍ଦିର ଭକ୍ତ ସହ ଜେମ୍ସ ଟ୍ୟୁଟିରିଆଲ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଦାନହୁଣ୍ଡିରୁ ଆଦାୟ ହୋଇଥିବା ନଗଦ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଜମା କରାଯିବ ବୋଲି ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି । ଏଥିସହ ଆଦାୟ ହୋଇଥିବା ଟଙ୍କା ମନ୍ଦିରର ଉନ୍ନତି ତଥା ଶ୍ରଦ୍ଧାଳୁଙ୍କ ଆବଶ୍ୟକୀୟ ସୁବିଧା ନିମନ୍ତେ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି । ଆଜି ସକାଳ ୯ଟାରୁ ସଂଧ୍ୟା ସମୟ ପର୍ଯ୍ୟନ୍ତ ହୋଇଥିବା ଗଣତି ସମୟରେ ରାୟଗଡା ତହସିଲଦାର ତଥା ଦେବତ୍ତୋର ଅଧିକାରୀ ତାପସ କୁମାର ରାଉତ,ଏଣ୍ଡୋମେଣ୍ଟ ନିରୀକ୍ଷକ ସୁଶାନ୍ତ ପୂଜାରୀଙ୍କ ସମେତ ଟ୍ରଷ୍ଟି ସଭ୍ୟ ରାଧାକୃଷ୍ଣ ଦଳେଇ, ମନ୍ଦିର ଅଧୀକ୍ଷକ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.